ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଆଉ ମାତ୍ର ୩ ଦିନ ପରେ ନେଇଥାନ୍ତେ ଅବସର
ଆଉ ମାତ୍ର ୩ ଦିନ ପରେ ଚାକିରିରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।
ବ୍ରହ୍ମପୁର: ଆଉ ମାତ୍ର ୩ ଦିନ ପରେ ଚାକିରିରୁ ନେଇଥାନ୍ତେ ଅବସର । କିନ୍ତୁ ଏହାପୂର୍ବରୁ ଆଜି ଗଞ୍ଜାମ ବ୍ଲକର ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ସୁଶୀଲ ପଣ୍ଡାଙ୍କ ଘର ସମେତ 7ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର ଚଢାଉ ।
ବ୍ରହ୍ମପୁର ଆଙ୍କୁଲି ସ୍ଥିତ ବାସଭବନରେ ରେଡ୍ ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ, ପୁରୀରେ ଥିବା ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଅବସରର 3 ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଯନ୍ତ୍ରୀ ।