fbpx

ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ବରଗଡ,୨୪ ।୨(ଓଡିଶା ଭାସ୍କର): ବରଗଡ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଲଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଧାନ ସଂଗ୍ରହ ମାର୍ଗଦର୍ଶିକାର ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଶମ୍ଭୁପ୍ରସାଦଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗରେ ବରଗଡ ଜିଲ୍ଲା ଲଖମରା ପ୍ୟାକ୍ସର ସମ୍ପାଦକ ଅମୂଲ୍ୟ ବେହେରା ଓ କରାଣି ଦିଲ୍ଲୀପ ସୁନାନୀ ନିଲମ୍ବିତ ହୋଇଛନ୍ତି । ଏହି ସହ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଅନିୟମିତତା ଓ କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.