fbpx

ଅସହ୍ୟ ତାତି! ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା, ମାର୍ଚ୍ଚକୁ ୪୦ ଛୁଇଁପାରେ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟର ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ୩୬.୮, କଟକରେ ୩୬.୬, ନୟାଗଡରେ ୩୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗିରରେ ୩୬.୪, ଅନୁଗୁଳରେ ୩୫.୭, ତାଳଚେର ଓ ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୩ ଡିଗ୍ରୀ ତାପମାତ୍ରା ରହିଛି ।

ଖୁବ ଶୀଘ୍ର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁବା ଆଶଙ୍କା ରହିଛି। ଆଗରୁ ମଧ୍ୟ ଫେବ୍ରୁଆରିରେ ରାଜଧାନୀର ପାରଦ ୪୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ପାର୍ କରିଥିଲା। ସେପଟେ ପାଣିପାଗ ବିଭାଗ ଆକଳନ କରିଛି, ମାର୍ଚ୍ଚ ପହିଲାରୁ ତାତି ଆହୁରି ବଢ଼ିବ। ଏବେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମ୍ ଥିବାରୁ ଓ ସାମୁଦ୍ରିକ ବାୟୁର ପ୍ରଭାବ ନ ଥିବାରୁ ସେତେଟା ଗରମ ହେଉନି। ତେବେ ମାର୍ଚ୍ଚରୁ ଏପ୍ରିଲ ୧୫ ଯାଏଁ ଖୋର୍ଦ୍ଧା, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, କଳାହାଣ୍ଡି ପରି ଜିଲ୍ଲାରେ ଅଧିକ ତାତି ରହିବାର ସମ୍ଭାବନା ରହିଛି।

Get real time updates directly on you device, subscribe now.