fbpx
BSKY
BJD SHG SKY
BJD MC SKY

ଲୋକସେବା ଭବନକୁ ସଂଯୋଗ ହେଲା ୨୪୭ କାର୍ଯ୍ୟାଳୟ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଆଭ୍ୟନ୍ତରୀଣ ନେଟୱର୍କିଂର ବ୍ୟବସ୍ଥା ହୋଇଛି । ଏହି ନେଟୱାର୍କିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନକୁ ସଂଯୋଗ ହୋଇଛି ୨୪୭ଟି ସରକାରୀ କାର୍ଯ୍ୟାଳୟ । ଏଥିରେ ୫T କାର୍ଯ୍ୟକ୍ରମର ସମୟାନୁବର୍ତ୍ତିତାକୁ ଗୁରୁତ୍ୱ ଦିଆଯିବ । ନିର୍ଦ୍ଦିଷ୍ଟ ସମୟସୀମାରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

RD-MPLSVPNର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । MPLSVPN ହେଉଛି ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କିଂ । ଏହା ମାଧ୍ୟମରେ ବିଭିନ୍ନ ଅଫିସ ସହ ସମ୍ପର୍କ ସ୍ଥାପନ ସହଜ ହେବ । ଗୋଟିଏ ନେଟୱାର୍କରେ ସମସ୍ତ ଅଫିସ ଯୋଡି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.