ବିଶ୍ଵ ଏବେ ଏକ ଭୟଙ୍କର ବିପଦର ସମ୍ମୁଖୀନ ହେବାକୁ ଯାଉଛି। ନାସାର ସୂଚନା ଅନୁଯାୟୀ, ଏକ ବିରାଟ ଉଲ୍କାପିଣ୍ଡ (Asteroid) ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ଆସୁଛି, ଯାହାର ଶକ୍ତି ହଜାରେ ପରମାଣୁ ବୋମା ସହ ତୁଳନୀୟ। ଏହି ଉଲ୍କାପିଣ୍ଡର ନାମ ହେଉଛି ବେନୁ (Bennu), ଯାହା ପ୍ରତି ଛଅ ବର୍ଷରେ ଥରେ ଧରତୀ ନିକଟ ଦେଇ ଗତି କରେ। କିନ୍ତୁ ଏଥର ଏହାର ଟକ୍କର ହେବାର ସମ୍ଭାବନା ବିଶ୍ଵକୁ ଚିନ୍ତାରେ ପକାଇଛି।
ବେନୁ କ’ଣ?
ନାସା ଅନୁସାରେ, ବେନୁ ହେଉଛି ଏକ ବିରାଟ ଉଲ୍କାପିଣ୍ଡ, ଯାହାର ଆକାର ପ୍ରାୟ ୫୦୦ ମିଟର ବ୍ୟାସ। ଏହା ପୃଥିବୀ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିପାରେ। ଯଦି ଏହା ପୃଥିବୀ ସହ ଟକ୍କର ହୁଏ, ତେବେ ଏହା ୨୨ଟି ପରମାଣୁ ବୋମା ସମାନ ଶକ୍ତି ସହ ବିସ୍ଫୋରଣ ଘଟାଇପାରେ। ଏହା ଜମିରେ ଟକ୍କର ହେଲେ ୧୦ କିଲୋମିଟର ଚଉଡ଼ା ଗର୍ତ୍ତ ସୃଷ୍ଟି କରିପାରେ, ଆଉ ଯଦି ସମୁଦ୍ରରେ ପଡ଼େ, ତେବେ ଭୟଙ୍କର ସୁନାମି ଆସି ଆଖପାଖ ଅଞ୍ଚଳରେ ବିପୁଳ କ୍ଷୟକ୍ଷତି ଘଟାଇପାରେ।
କେବେ ହେବ ଟକ୍କର?
ନାସାର ହିସାବ ଅନୁଯାୟୀ, ବେନୁର ପୃଥିବୀ ସହ ଟକ୍କର ହେବାର ସମ୍ଭାବନା ୨୧୩୫ ସୁଦ୍ଧା ୧୭୫୦ରେ ଥରେ ଥିବା ଜଣାପଡ଼ିଛି। ଅର୍ଥାତ୍, ଏହା ଏକ ଦୂର ସମ୍ଭାବନା, କିନ୍ତୁ ଏହାର ପ୍ରଭାବ ଏତେ ଭୟଙ୍କର ହେବ ଯେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ। ଅଧିକ ଚିନ୍ତାର ବିଷୟ ହେଉଛି ଯେ ୨୩୦୦ ସୁଦ୍ଧା ଏହାର ଟକ୍କର ହେବାର ସମ୍ଭାବନା ଆହୁରି ବଢ଼ିପାରେ।
ନାସା କ’ଣ କରୁଛି?
ନାସା ଏହି ବିପଦକୁ ରୋକିବା ପାଇଁ ପୂର୍ବରୁ କାମ ଆରମ୍ଭ କରିଦେଇଛି। OSIRIS-REx ମିଶନ ମାଧ୍ୟମରେ ନାସା ବେନୁରୁ ମାଟି ଓ ପଥରର ନମୁନା ସଂଗ୍ରହ କରିଛି, ଯାହା ୨୦୨୩ରେ ଧରତୀକୁ ଫେରିଛି। ଏହା ବେନୁର ଗଠନ ଓ ଗତିପଥ ବିଷୟରେ ଅଧିକ ତଥ୍ୟ ଦେଇଛି। ଏହା ବ୍ୟତୀତ, ନାସା ଏହି ଉଲ୍କାପିଣ୍ଡର ଗତିପଥ ପରିବର୍ତନ କରିବା ପାଇଁ DART (Double Asteroid Redirection Test) ପରି ମିଶନ ଉପରେ କାମ କରୁଛି, ଯାହା ଭବିଷ୍ୟତରେ ଏଭଳି ବିପଦକୁ ରୋକିବାରେ ସାହାଯ୍ୟ କରିପାରେ।
କେଉଁ ପ୍ରକାର ବିପଦ?
ଯଦି ବେନୁ ପୃଥିବୀ ସହ ଟକ୍କର ହୁଏ, ତେବେ ଏହା ବିଶାଳ କ୍ଷୟକ୍ଷତି ଘଟାଇପାରେ। ଜମିରେ ଟକ୍କର ହେଲେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବ ଏବଂ ଧୂଳିର ବାଦଲ ଜଳବାୟୁ ପରିବର୍ତନକୁ ତ୍ଵରାନ୍ଵିତ କରିପାରେ। ସମୁଦ୍ରରେ ପଡ଼ିଲେ ଏହା ସୁନାମି ସୃଷ୍ଟି କରି ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଧ୍ଵଂସ କରିପାରେ। ଏହାର ପ୍ରଭାବ ଡାଇନୋସର ବିନାଶର କାରଣ ହୋଇଥିବା Chicxulub ଉଲ୍କାପିଣ୍ଡ ସହ ତୁଳନା କରାଯାଉଛି, ଯାହା ଧରତୀରୁ ୭୫% ପ୍ରଜାତିଙ୍କୁ ନିଶ୍ଚିହ୍ନ କରିଦେଇଥିଲା।