fbpx
BSKY SKY
BSKY SKY

ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ସ୍ପେଶାଲ ଟ୍ରେନ୍‌

BSKY

ଭୁବନେଶ୍ୱର: ଜାନୁଆରୀ ୨୨ରେ ରାମଲଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସମସ୍ତ ଦେଶବାସୀ ଉତ୍ସାହିତ ଥିଲେ । ତେବେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା । ରାମଲଲାଙ୍କ ନାଁରେ ଯେତିକି ସ୍ନେହ ଓ କରୁଣାର ଭାବ ରହିଛି ତାଙ୍କ ପ୍ରତୀମା ବି ସମସ୍ତଙ୍କୁ ସେତିକି ବିମୋହିତ କରୁଛି । ଏଥିମଧ୍ୟରେ ଆଜି ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ଆସ୍ଥା ସ୍ପୋଶାଲ ଟ୍ରେନ୍ । ଆସ୍ଥା ସ୍ପେଶାଲ ଟ୍ରେନରେ ଅଯୋଧ୍ୟା ଗଲେ ରାମଭକ୍ତ । ସମସ୍ତଙ୍କ ମନରେ ଉତ୍କଣ୍ଠା ଓ ଆନନ୍ଦ । ବର୍ତ୍ତମାନ ରାମଲଲାଙ୍କ ଦର୍ଶନ କରିପାରିବେ ଓଡ଼ିଶା ସ୍ଥିତ ଅନେକ ଶ୍ରଦ୍ଧାଳୁ । ରାଜ୍ୟ ବିଜେପି ସଭାପତି ଏହି ଆସ୍ଥା ସ୍ପେଶାଲ ଟ୍ରେନକୁ ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ।

ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଅଯୋଧ୍ୟା ଯାଉଛନ୍ତି ୧୪ଶହ ରାମଭକ୍ତ । ଭୁବନେଶ୍ୱରରୁ ସିଧାସଳଖ ଏହି ଟ୍ରେନ ଅଯୋଧ୍ୟା ଯାଉଛି । ଆସ୍ଥା ସ୍ପେଶାଲ ଟ୍ରେନରେ ୨୦ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ତେଣୁ ଏଥିରେ ୧୪ଶହରୁ ଅଧିକ ଲୋକ ଯାଇପାରିବେ । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ ।

Get real time updates directly on you device, subscribe now.