fbpx

ଏପ୍ରିଲ ୬ରେ ଧ୍ୱଂସ ହେବ ପୃଥିବୀ! ପୃଥିବୀ ଆଡକୁ ମାଡି ଆସୁଛି ୧୫୦ ଫୁଟର ଆଷ୍ଟ୍ରଏଡ

ନୂଆଦିଲ୍ଲୀ: ସାରା ବିଶ୍ୱ ପାଇଁ ମାଡି ଆସୁଛି ଏକ ମହାବିପଦ । ମାନବ ସମାଜ ପାଇଁ ଏହା ବିନାଶର ଏକ ବିରାଟ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏ ନେଇ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଚେତାବନୀ ଜାରି କରିଛି । ୧୫୦ ଫୁଟର ଏକ ବିଶାଳ ଆଷ୍ଟ୍ରଏଡ(କ୍ଷୁଦ୍ରଗ୍ରହ) ଦ୍ରୁତଗତିରେ ପୃଥିବୀ ଆଡକୁ ମାଡି ଆସୁଥିବା ଜାଣିବାକୁ ମିଳିଛି । ଆସନ୍ତା ଏପ୍ରିଲ ୬ ତାରିଖରେ ଏହା ପୃଥିବୀ ସହ ଧକ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି । ଯାହାଦ୍ୱାରା ପୃଥିବୀ ଧ୍ୱଂସ ହୋଇଯିବାର ଭୟ ଘାରିଛି ।

ନାସାର ଚେତାବନୀ ଅନୁଯାୟୀ, ୧୫୦ ଫୁଟର 2023FZ3 ନାମକ ଏକ ବିଶାଳ ଆଷ୍ଟ୍ରଏଡ ପୃଥିବୀ ଆଡକୁ ମାଡି ଆସୁଛି । ଏହାର ବେଗ ଘଣ୍ଟା ପ୍ରତି ୬୭,୬୫୬ କି.ମି. ଗତିରେ ପୃଥିବୀ ଆଡକୁ ମାଡି ଆସୁଥିବା ନେଇ ସୂଚନା ଦେଇଛି ନାସା । ତେବେ ଏହି ଆଷ୍ଟ୍ରଏଡ ବିଷୟରେ ଜାଣିବା ପରେ ସମସ୍ତଙ୍କ ମନରେ ଏକ ଭୟର ବାତାବରଣ ଖେଳିଯାଇଛି । ତେବେ ନିକଟରେ ନାସାର ଜେଟ ପ୍ରୋପ୍ଲଶନ ଲାବୋରେଟୋରୀ ଏକ ନୋଟ୍ କରିଛି ଯେ, ଆଗାମୀ ଦିନରେ କିଛି ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ହୋଇପାରେ । ରିପୋର୍ଟରେ ନାସା କହିଛି ଯେ, ପୃଥିବୀ ଆଡକୁ ମାଡି ଆସୁଥିବା ଏହି ଆଷ୍ଟ୍ରଏଡଗୁଡିକ ମଧ୍ୟରୁ ୨ଟି ଆଷ୍ଟ୍ରଏଡ ଏପ୍ରିଲ ୪ ତାରିଖରେ ଖୁବ ନିକଟ ଦେଇ ଗତି କରିବ । ଆଷ୍ଟ୍ରଏଡ 2023FZ3, ଆଷ୍ଟ୍ରଏଡ 2023FU6, ଆଷ୍ଟ୍ରଏଡ 2023FS11, ଆଷ୍ଟ୍ରଏଡ 2023FA7 ଏବଂ ଆଷ୍ଟ୍ରଏଡ 2023FQ7 ଆଗାମୀ ଦିନରେ ପୃଥିବୀର ଖୁବ ନିକଟତର ପହଞ୍ଚିବେ ।

ତେବେ ଏହି ଆଷ୍ଟ୍ରଏଡକୁ ନେଇ ପଅଥିବୀକୁ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛି ନାସା । ଏହି ଆଷ୍ଟ୍ରଏଡ ପୃଥିବୀ ନିକଟ ଦେଇ ଗତି କରିପାରେ । କିନ୍ତୁ ପୃଥିବୀ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେବଳ ଏହି ତାରିଖ ନୁହେଁ, ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଏଭଳି ଆଷ୍ଟ୍ରଏଡ ସହ ପୃଥିବୀର ଧକ୍କା ହେବାର ସମ୍ଭାବନା ନାହିଁ କିମ୍ବା ଏମାନଙ୍କର ପୃଥିବୀ ପ୍ରତି କୌଣସି ବିପଦ ନାହିଁ ।

Get real time updates directly on you device, subscribe now.