fbpx

ନିର୍ବାଚନରେ କିଏ ଜିତିବ ଶୁଆ କରୁଥିଲା ଭବିଷ୍ୟବାଣୀ; ମାଲିକ ସହ ଧରିନେଲା ପୋଲିସ, ଭିଡିଓ ହେଉଛି ଭାଇରାଲ୍

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ନିର୍ବାଚନ ମଣ୍ଡଳୀରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ପୋଲିସ ଶୁଆ ସହ ମାଲିକକୁ ଗିରଫ କରି ଥାନାକୁ ନେଇଛି । ଲୋକଙ୍କ ଭବିଷ୍ୟତ ବିଷୟରେ କହୁଥିବା ଏହି ଶୁଆ ଏଥର ନିର୍ବାଚନ ଲଢୁଥିବା ପିଏମକେ ପ୍ରାର୍ଥୀଙ୍କ ବିଜୟ ନେଇ ଭବିଷ୍ୟବାଣୀ କରି ଦେଇଥିଲା । ଏହାର ଭିଡିଓ ସାମ୍ନାକୁ ଆସିବା ପରେ ମାମଲା ଯାଇ ଥାନାରେ ପହଞ୍ଚିଥିଲା ଆଉ ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶୁଆ ସହ ମାଲିକକୁ ଧରି ଥାନା ନେଇଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଏହି ଶୁଆ ଭବିଷ୍ୟବାଣୀ କରିଥିଲା କି ତାମିଲନାଡୁ କୁଡୁଲ୍ଲୋର ଲୋକସଭା ଆସନରୁ ପିଏମ୍‌କେ ପ୍ରାର୍ଥୀ ଥଙ୍କର ବଚ୍ଚନ ଏଥର ନିର୍ବାଚନ ଜିତିବେ । ପିଏମକେ ରାଜ୍ୟରେ ବିଜେପି ସହ ମିଶି ନିର୍ବାଚନ ଲଢୁଛି । ଏହି ଭବିଷ୍ୟବାଣୀ ପରେ ଜ୍ୟୋତିଷ ଏକ ପକ୍ଷୀକୁ ପଞ୍ଜୁରୀରେ ବନ୍ଦୀ କରି ରଖିଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି । ଫରେଷ୍ଟ ରେଞ୍ଜର କହିଛନ୍ତି ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ଶୁଆକୁ ସେଡ୍ୟୁଲ ୨ ପ୍ରଜାତିରେ ରଖାଯାଇଛି । ଏପରି କ୍ଷେତ୍ରରେ ତାକୁ ବନ୍ଦୀ କରି ରଖିବା ଅପରାଧ । ଅଧିକାରୀଙ୍କ ମତରେ ମାଲିକକୁ କଡା ଚେତାବନୀ ଓ ଜରିମାନା ପରେ ଛାଡି ଦିଆଯାଇପାରେ ।

Get real time updates directly on you device, subscribe now.