ଚରମ ସୀମାରେ ମଣିଷ, ଶେଷରେ ଗୋଧିର ପ୍ରାଇଭେଟ ପାର୍ଟକୁ ବି…

ଗୋଧିର ପ୍ରାଇଭେଟ ପାର୍ଟକୁ ବି ଛାଡିଲେନି !

ନୂଆଦିଲ୍ଲୀ: ଗୋଧିର ଗୁପ୍ତାଙ୍ଗ ବିକ୍ରି କରି ଧରା ପଡିଲେ ଜ୍ୟୋତିଷ। ହରିୟାଣାର ଫରିଦାବାଦରୁ ଏଭଳି ଏକ ଅଜବ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ 38 ବର୍ଷୀୟ ଜ୍ୟୋତିଷଙ୍କୁ ଗୋଧିର ଗୁପ୍ତାଙ୍ଗ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ଉତ୍ପାଦ ବିକ୍ରି କରିବା ଅଭିଯୋଗରେ ଗିରଫ କରାଯାଇଛି।

ମାମଲାଟି ଫରିଦାବାଦର ସେକ୍ଟର-୮ର ହୋଇଥିବାବେଳେ ଅଭିଯୁକ୍ତଙ୍କ ନାମ ଯଜ୍ଞ ଦତ୍ତ ବୋଲି ଚିହ୍ନଟ କରାଯାଇଛି। ସୂଚନା ପରେ ହରିୟାଣା ବନ ବିଭାଗ, ହରିୟାଣା ପୋଲିସ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଏବଂ ଭାରତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ମିଳିତ ଚଢାଉ ସମୟରେ ତାଙ୍କୁ ଗିରଫ କରାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ, ଅଭିଯୁକ୍ତ ଯଜ୍ଞ ଦତ୍ତ ଏକ ଜ୍ୟୋତିଷ। ସେ ଆଧ୍ୟାତ୍ମିକ ଚିକିତ୍ସା ଆଳରେ ବନ୍ୟପ୍ରାଣୀ ଉତ୍ପାଦ ବିକ୍ରି କରୁଥିଲେ। ଏଥିପାଇଁ ସେ ଅନଲାଇନ୍ ପ୍ଲାଟଫର୍ମର ସାହାଯ୍ୟ ମଧ୍ୟ ନେଉଥିଲେ।

ଦଳ ତାଙ୍କ ପରିସରରୁ ଗୋଧିର ଯୌନାଙ୍ଗର ତିନୋଟି ଖଣ୍ଡ ଏବଂ ଅନ୍ୟାନ୍ୟ ଜିନିଷ ଉଦ୍ଧାର କରିଛି। ଏହି ଜିନିଷଗୁଡ଼ିକ ପ୍ରାୟତଃ ତାନ୍ତ୍ରିକମାନଙ୍କ ଦ୍ୱାରା ବିକ୍ରି କରାଯାଏ।

ଗୁରୁଗ୍ରାମ ଡିଭିଜନାଲ ଫରେଷ୍ଟ ଅଫିସର ଆରକେ ଜାଙ୍ଗରା କହିଛନ୍ତି – ଏହା ଏକ ଗମ୍ଭୀର ଉଲ୍ଲଂଘନ। ଅଧିକାରୀମାନେ ଯୋଗାଣ ନେଟୱାର୍କକୁ ଟ୍ରିସ୍ କରିବା ପାଇଁ ଫୋରେନସିକ୍ ତଦନ୍ତ କରିବାକୁ କହିଛନ୍ତି। ଏଥିପାଇଁ, ଅଭିଯୁକ୍ତ ଯଜ୍ଞ ଦତ୍ତଙ୍କ ମୋବାଇଲ୍ ଫୋନ୍ ଏବଂ ଡିଜିଟାଲ୍ ଡାଟା ଜବତ କରାଯାଇଛି।

ବନ୍ୟପ୍ରାଣୀ ସୁରକ୍ଷା ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ସେକ୍ଟର-8 ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ, ଅଭିଯୁକ୍ତଙ୍କୁ ତିନିରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ୍ ହେବ। ଏହା ସହିତ, 10,000 ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିବ।