fbpx

୧୨.୦୪ ସମୟରେ ହେବ ବିସ୍ଫୋରଣ: AIIMS-Apollo ସମେତ ରାଜଧାନୀର ବଡ଼ ହସ୍ପିଟାଲକୁ ଧମକ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପ୍ରମୁଖ ମେଡିକାଲ ଗୁଡ଼ିକରେ ହେବ ବୋମା ବିସ୍ଫୋରଣ । ଏମ୍ସ-ଆପୋଲୋ ସମେତ ଅନ୍ୟ ବଡ଼ ହସ୍ପିଟାଲରେ ମଧ୍ୟ ବମ୍ ବ୍ଲାଷ୍ଟ ହେବା ନେଇ ଧମକ ଦିଆଯାଇଛି । ଏହାସହିତ ବିସ୍ଫୋରଣର ସମୟ ମଧ୍ୟ କୁହାଯାଇଛି । ଏମ୍ସ-ଆପୋଲୋ ଏବଂ ଫୋର୍ଟିସ ସହିତ ସାର୍ ଗଙ୍ଗାରାମ ଭଳି ପ୍ରମୁଖ ମେଡିକାଲରେ ବୋମା ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ମେସେଜ ମିଳିଛି । ଇ-ମେଲ୍ ଜରିଆରେ କୁହାଯାଇଛି ଯେ, ୧୨.୦୪ ସମୟରେ ଏହି ମେଡିକାଲଗୁଡ଼ିକରେ ବିସ୍ଫୋରଣ ହେବାକୁ ଯାଉଛି । ଏହାପରେ ନିକଟସ୍ଥ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ମାମଲାର ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ଦିଲ୍ଲୀ ପୋଲିସ ।

ରାଜଧାନୀ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଛି । ଏହାପରେ ବିଭିନ୍ନ ଅଧିକାରୀ ହସ୍ପିଟାଲ ପରିସରରେ ଖୋଜାଖୋଜି ଆରମ୍ଭ କରି ଦେଇଛନ୍ତି । ଦିଲ୍ଲୀ ଦମକଳ ସେବା(DFS)ର ଜଣେ ଅଧିକାରୀ କହିଛନ୍ତି ଯେ, ମଧ୍ୟାହ୍ନ ୧.୦୪ ମିନିଟରେ ନାଙ୍ଗଲୋଇର ଏକ ହସ୍ପିଟାଲରୁ ଏବଂ ମଧ୍ୟାହ୍ନ ୧.୦୭ ମିନିଟରେ ମଧ୍ୟ ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ପ୍ରାଇମସ ହସ୍ପିଟାଲରୁ ଫୋନ୍ ଆସିଥିଲା । ଏହି ଦୁଇ ହସ୍ପିଟାଲ ତରଫରୁ ବୋମା ଥିବା ବିଷୟରେ ଧମକ ମିଳିଥିବା ନେଇ ସୂଚନା ଦେଇଥିଲେ ।

ସେହିପରି ପୋଲିସ ସୂତ୍ରରୁ କୁହାଯାଇଛି ଯେ, ଦିଲ୍ଲୀ ଏମ୍ସ ଏବଂ ଆପୋଲୋ ହସ୍ପିଟାଲ ସମେତ ଅନ୍ୟ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ଧମକପୂର୍ଣ୍ଣ ଇ-ମେଲ୍ ମିଳିଛି । ଏ ନେଇ ଅଧିକାରୀ କହିଛନ୍ତି ଯେ, ଦମକଳ ଗାଡ଼ି, ବୋମା ନିରୋଧକ ଉପକରଣ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିସାରିଛନ୍ତି । ଏ ନେଇ ତଦନ୍ତ ଜାରି ରହିଛି । ତେବେ ଏହି ଘଟଣାର ବିସ୍ତୃତ ତଥ୍ୟ ପାଇଁ ଅପେକ୍ଷା ରହିଛି ।

Get real time updates directly on you device, subscribe now.