fbpx

ଦିନକୁ ମାତ୍ର ୭ ଟଙ୍କା ସଞ୍ଚୟ କଲେ ୬୦ ବର୍ଷ ପରେ ପାଇବେ ୫୦୦୦ ପେନସନ୍‌, ମୋଦୀ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ: ସମସ୍ତେ ଚାହାନ୍ତି ଯେ, ସେମାନଙ୍କ ବାର୍ଦ୍ଧକ୍ୟ ଆରାମରେ କଟୁ । କିନ୍ତୁ ଏଥିପାଇଁ ପ୍ରଥମ ଆବଶ୍ୟକତା ରହିଛି ଅର୍ଥର । ବାର୍ଦ୍ଧକ୍ୟରେ ନିୟମିତ ଆୟ ଲାଗି ସବୁଠାରୁ ବଡ ସାହାରା ହୋଇଥାଏ ପେନସନ୍ । କିନ୍ତୁ ଏହା ସେତେବେଳେ ମିଳିବ ଯେତେବେଳେ ବ୍ୟକ୍ତି ନିଜର ସଞ୍ଚୟକୁ ଉପଯୁକ୍ତ ଯାଗାରେ ନିବେଶ କରିଥିବ । ଏପରି ସ୍ଥିତିରେ ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍‌କୁ ବାର୍ଦ୍ଧକ୍ୟ ସମୟରେ ଆର୍ଥିକ ସହାୟତା ପହଞ୍ଚାଇବା ଲାଗି ମୋଦୀ ସରକାର ୨୦୧୫ରେ ଅଟଳ ପେନସନ ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନାରେ ଦେଶର କୌଣସି ବି ନାଗରିକ ନିବେଶ କରିପାରିବେ । ଏହି ପେନସନ ଯୋଜନାରେ ଆପଣ ପ୍ରତିଦିନ କେବଳ ୭ ଟଙ୍କା ସଞ୍ଚୟ କରି ୬୦ ବର୍ଷ ପରେ ୫୦୦୦ଟଙ୍କା ମାସିକ ପେନସନ୍ ପାଇପାରିବେ ।

ଯଦି ଆପଣଙ୍କୁ ଏବେ ୧୮ ବର୍ଷ ତେବେ ଏହି ଯୋଜନାରେ ଆପଣ ପ୍ରତିଦିନ ମାତ୍ର ୭ ଟଙ୍କା ନିବେଶ କରି ଅବସର ପରେ ଅର୍ଥାତ୍ ଯେତେବେଳେ ଆପଣ ୬୦ ବର୍ଷ ପୂରଣ କରିବେ ସେତେବେଳେ ଆପଣଙ୍କୁ ୫,୦୦୦ଟଙ୍କା ପେନସନ ମିଳିବ । କିନ୍ତୁ ଆପଣଙ୍କ ବୟସ ସହିତ ଆପଣଙ୍କ ନିବେଶ ରାଶି ବଦଳିଯିବ । ଯଦି ଆପଣଙ୍କ ବୟସ ୩୦ ବର୍ଷ ତେବେ ଆପଣଙ୍କୁ ପ୍ରତି ମାସରେ ୫,୦୦୦ଟଙ୍କା ପେନସନ୍ ପାଇବା ଲାଗି୩୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ୫୭୭ଟଙ୍କା ନିବେଶ କରିବାକୁ ହେବ ।
ନିୟମ ଓ ସର୍ତ୍ତ:
-ଆପଣଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିଲେ ଆପଣ ଏଥିରେ ନିବେଶ କରିପାରିବେ ।
-ଆପଣଙ୍କୁ ୬୦ ବର୍ଷ ପର୍ଯ୍ୟନ୍ତ ନିବେଶ କରିବାକୁ ପଡିବ ।
-ଯଦି ନିବେଶକଙ୍କର ମୃତ୍ୟୁ ହୋଇଯାଏ ତେବେ ଏହିୁ ପେନସନ୍ ତାଙ୍କ ପତି କିମ୍ବା ପତ୍ନୀ ପାଇବେ । କିନ୍ତୁ ଯଦି ଉଭୟଙ୍କ ମୃତ୍ୟୁ ହୋଇଯାଏ ତେବେ ପେନସନ ପଇସା ନୋମିନିଙ୍କୁ ମିଳିବ ।

Get real time updates directly on you device, subscribe now.