fbpx
BSKY SKY
BSKY SKY

(video)ପାଣି ଡ୍ରମ ଓ ମୋଟର ସାହାଯ୍ୟରେ ତିଆରି କଲେ ୱାଶିଂମେସିନ, ଇଣ୍ଟନେଟ୍‌ରେ ଭିଡିଓ ଭାଇରାଲ

BSKY

ଶୀତଦିନେ ହାତରେ ଲୁଗା ଧୋଇବା ସବୁଠାରୁ ବଡ କଠିନ କାମ ହୋଇଥାଏ । ଏଣୁ ଶୀତଦିନେ ୱାଶିଂ ମେସିନର ଆବଶ୍ୟକତା ବଢିଯାଏ । କିନ୍ତୁ ସମସ୍ତଙ୍କ ଲାଗି ୱାଶିଂ ମେସିନ କିଣି ବ୍ୟବହାର କରିବା ସମ୍ଭବ ହୋଇ ନ ଥାଏ । ଏପରି ଲୋକଙ୍କ ଲାଗି ଦେଶୀ ଯୁଗାଡ ବେଶ୍ କାମ ଦେଇଥାଏ ।

ଏବେ ଇଣ୍ଟରନେଟ୍‌ରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଦେଶୀ ୱାଶିଂମେସିନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଦେଶୀ ୱାଶିଂ ମେସିନକୁ ଏକ ବଡ ନୀଳ ରଙ୍ଗର ଡ୍ରମ ଓ ମୋଟର ସାହାଯ୍ୟରେ ତିଆରି କରାଯାଇଛି ।

 

View this post on Instagram

 

A post shared by Gamha Sahani (@gamhasahani141)

ଏହି ଭିଡିଓକୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @gamhasahani141ରେ ପୋଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ଏହାକୁ ୧ କୋଟିରୁ ଅଧିକ ଭ୍ୟୁଜ୍ ଓ ୨ ଲକ୍ଷ ୮୩ ହଜାର ଲାଇକ୍ ମିଳିସାରିଲାଣି । ଏହା ସହିତ ବହୁ ୟୁଜର ଏହା ଉପରେ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ବି ରଖିଛନ୍ତି । ଜଣେ ୟୁଜର ମଜାଦାର କମେଣ୍ଟ କରି ଲେଖିଛନ୍ତି ଏଥିରେ କମ୍ବଳ ସବୁଠାରୁ ଭଲରେ ଧୋଇ ହେବ । ଆଉ କେହି କେହି ଲେଖିଛନ୍ତି ଏହି ୱାଶିଂମେସିନ୍ ବ୍ୟବହାର କରିବା ଦ୍ୱାରା ଇଲେକ୍ଟ୍ରି ବିଲ୍ ବହୁ ମାତ୍ରାରେ କମିଯିବ ।

Get real time updates directly on you device, subscribe now.