Breaking: ନବୀନଙ୍କ ଶୂଆ-ସାରି ପାଲଟିଲେ ପ୍ରତାପ- ଅତନୁ , ମୁଖିଆଙ୍କ କଥାକୁ ଦୋହରାଇଲେ ନେତା

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନଙ୍କ କଥାକୁ ଦୋହରାଇଲେ ପ୍ରତାପ ଜେନା, ଅତନୁ ସବ୍ୟସାଚୀ । ଉଭୟେ କହିଲେ ପାଣ୍ଡିଆନ୍ ୧୦ ମାସ ହେଲା ଦଳରେ ନାହାନ୍ତି ।

ତେଣୁ ତାଙ୍କୁ ନେଇ ଆଉ ଚର୍ଚ୍ଚା, ଆଲୋଚନା ଦରକାର ନାହିଁ । ଆମ ନେତୃବନ୍ଦ ହୋଟେଲରେ ବୈଠକ ନ କରି ଶଙ୍ଖ ଭବନରେ କରନ୍ତୁ ।

ପାଣ୍ଡିଆନଙ୍କ ସପକ୍ଷରେ କହିବା ସମୟରେ ନବୀନ ପ୍ରଭାତ ତ୍ରୀପାଠୀଙ୍କୁ ନିନ୍ଦା କରିଛନ୍ତି । ସେ କହିଥଲେ, କିଛି ବର୍ଷ ତଳେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରୁ ବିଦା ହୋଇଥିଲେ ।

ଚିଟଫଣ୍ଡ ମାମଲାରେ ସେ କିଛି ବର୍ଷ ଜେଲରେ ରହିଥିଲେ । ମୁଁ ପୁଣି ସ୍ପଷ୍ଟ କରିବାକୁ ଚାହେଁ ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ।