ମାଆ ହେବେ ଆଥିୟା, କେଏଲ ରାହୁଲଙ୍କ ସହ ସେୟାର କଲେ ଖୁସିଖବର

ନୂଆଦିଲ୍ଲୀ: ଆଥିୟା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ କେଏଲ ରାହୁଲ ନିଜ ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି ଯେ, ସେମାନଙ୍କର ପ୍ରଥମ ଶିଶୁର ସ୍ୱାଗତ ଖୁବ ଶିଘ୍ର କରିବାକୁ ଯାଉଛନ୍ତି। ଜାନୁଆରୀ ୨୦୨୩ରେ ବିବାହ କରିଥିବା ଏହି ଦମ୍ପତ୍ତି ଇନଷ୍ଟାଗ୍ରାମରେ ଏକ କ୍ୟୁଟ ପୋଷ୍ଟରେ ସେୟାର କରିଛନ୍ତି ଯେ, ସେମାନେ ୨୦୨୫ରେ ମାଆ-ବାପା ହେବାକୁ ଯାଉଛନ୍ତି। ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରକୁ ଏକ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ସୁନୀଲ ଶେଟ୍ଟୀ ଖୁବଶିଘ୍ର ଅଜା ହେବାକୁ ଯାଉଛନ୍ତି।

ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଶୁକ୍ରବାର ୮ ନଭେମ୍ବରରେ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଖୁସିଖବର ଶୁଣାଇଛନ୍ତି। ଆଥିୟା ଖୁଲାସା କରିଛନ୍ତି ଯେ, ସେମାନେ ଆସନ୍ତା ବର୍ଷ ନିଜର ପ୍ରଥମ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି। ଅଭୁନେତ୍ରୀ ଏହା ସ୍ପଷ୍ଟ କରିନାହାନ୍ତି ଯେ, କେଉଁ ମାସରେ ସେ ଏହି ଖୁସିଖବର ଦେବେ। ପୋଷ୍ଟରେ ଲେଖିଛନ୍ତି ଯେ, ଆମର ସୁନ୍ଦର ବରଦାନ ଖୁବଶୀଘ୍ର ଆସିବାକୁ ଯାଉଛି, ୨୦୨୫ରେ। ଏଥିସହ ଏଥିରେ ଆମେ ବେବିର ଫୁଟପ୍ରିଣ୍ଟ କରିଛୁ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ବହୁ ସଂଖ୍ୟାରେ ଅଭିନନ୍ଦନ ଜଣାଇଛନ୍ତି।

 

View this post on Instagram

 

A post shared by Athiya Shetty (@athiyashetty)