fbpx

ଅଲିମ୍ପିଆନଙ୍କୁ ଟି ପାର୍ଟିକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ଅଗଷ୍ଟ ୧୪ରେ ସାମିଲ ହେବେ ଆଥଲେଟ୍

ନୂଆଦିଲ୍ଲୀ( ଭାସ୍କର ନ୍ୟୁଜ୍):  ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖ ଦିନ ରାଷ୍ଟ୍ରପତି ଭବନ ସ୍ଥିତ୍‌ କଲଚରାଲ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ରାଷ୍ଟ୍ରପତି ସମସ୍ତ ଆଥଲେଟ୍‌ଙ୍କ ସହିତ ଆଲେଚନା କରିବା ସହିତ ଟୋକିଓ ଅଲିମ୍ପିକ୍ସର ଅନୁଭୂତି ସମ୍ପର୍କରେ ପଚାରି ବୁଝିବେ । ସେହିପରି ଆଥଲେଟଙ୍କ ସହିତ ଆହୁରି ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଙ୍ଗଳବାର ଦିନ ସୂଚନା ଦିଆଯାଇଛି।

ସୂଚନା ମୁତାବିକ,  ଚଳିତ ବର୍ଷ ପ୍ରଥମ କରି  ଜାଭେଲିନ ଥ୍ରୋର ଭାଗ ନେଇ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିଣି ଭାରତକୁ ଆଥଲେଟିକ୍‌ରେ ଗୌରାବନ୍ୱିତ କରିଛନ୍ତି ନୀରଜ ଚୋପ୍ରା କରିଛନ୍ତି। । ଟୋକିଓ ଅଲିମ୍ପିକରେ ୪୮ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ବ୍ରାେଞ୍ଜ ପଦକ ଥିବା ବେଳେ ମହିଳା ହକି ଟିମ୍ ଭଳ ପ୍ରଦର୍ଶନ କରିଥିଲେ। ସେହିଭଳି ପିଭି ସିନ୍ଧୁ, ବଜରଙ୍ଗ ପୁନିଆ, ମୀରାବାଇ ଚାନୁ, ଲଭଲିନା ବୋର୍ଗୋହେନ ପଦକ ଜିତି ଦେଶକୁ ଗୌରାବନ୍ବିତ କରିଛନ୍ତି।

 

Get real time updates directly on you device, subscribe now.