fbpx

ବୀଣାପାଣିଙ୍କୁ ମିଳିବ ଅତିବଡୀ ସମ୍ମାନ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡୀ ସମ୍ମାନ । ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ବାଣୀପାଣିଙ୍କୁ ସମ୍ମାନିତ କରାଯିବ । ତେବେ ଅତିବଡୀ ହେଉଛି ଓଡିଆ ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ । ଏହି ପୁରସ୍କାର ୧୯୯୩ ମସିହାରୁ ଆରମ୍ଭ ହୋଇଛି । ଏହି ପୁରସ୍କାରକୁ ଓଡିଆ ସାହିତ୍ୟର ଜଣେ ସାହିତ୍ୟିକଙ୍କ ସମଗ୍ର ରଚନାବଳୀ ପାଇଁ ପ୍ରଦାନ କରାଯାଇଥାଏ । ପୁରସ୍କାର ବିଜେତାଙ୍କୁ ମାନପତ୍ର ସହ ନଗଦ ଏକ ଲକ୍ଷ ଟଙ୍କାର ଅର୍ଶ ରାଶି ପ୍ରଦାନ କରାଯାଇଥାଏ ।

ତେବେ ୧୯୯୩ ମସିହାରେ ରାଧାମୋହନ ଗଡନାୟକ, ୧୯୯୪ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ, ୧୯୯୫ରେ ନଟବର ସାମନ୍ତରାୟ, ୧୯୯୬ରେ ରାଜକିଶୋର ପଟ୍ଟନାୟକ, ୧୯୯୭ ଲକ୍ଷ୍ମୀଧର ନାୟକ, ୧୯୯୮ରେ ଗୌରୀ କୁମାର ବ୍ରହ୍ମା, ୧୯୯୯ରେ ନିତ୍ୟାନନ୍ଦ ମହାପାତ୍ର, ୨୦୦୦ରେ ବିନୋଦଚନ୍ଦ୍ର ନାୟକ, ୨୦୦୧ରେ ବସନ୍ତ କୁମାରୀ ପଟ୍ଟନାୟକ, ୨୦୦୨ରେ ଅଚ୍ୟୁତାନନ୍ଦ ପତି, ୨୦୦୩ରେ ଚିନ୍ତାମଣି ବେହେରା, ୨୦୦୪ରେ ମନୋରଞ୍ଜନ ଦାସ, ୨୦୦୫ରେ ଉମାଶଙ୍କର ପଣ୍ଡା, ୨୦୦୬ରେ ସୁଦର୍ଶନ ଆଚାର୍ଯ୍ୟ, ୨୦୦୭ରେ ମନୋଜ ଦାସ, ୨୦୦୮ରେ ମହାପାତ୍ର ନୀଳମଣି ସାହୁ, ୨୦୦୯ରେ ଦାଶରଥି ଦାସ, ୨୦୧୦ରେ ଚନ୍ଦ୍ରଶେଖର ରଥ, ୨୦୧୧ରେ ଗଗନନ୍ଦ ନାଥ ଦାଶ, ୨୦୧୨ରେ ବଅଜନାଥ ରଥ, ୨୦୧୩ରେ ଧନେଶ୍ୱର ମହାପାତ୍ର, ୨୦୧୪ରେ ଶାନ୍ତନୁ କୁମାର ଆଚାର୍ଯ୍ୟ, ୨୦୧୫ରେ ମଧୁସୂଦନ ପତି, ୨୦୧୬ରେ ବିଭୂତି ପଟ୍ଟନାୟକ, ୨୦୧୭ରେ ରବି ସିଂ ଓ ୨୦୧୮ରେ ରମାକାନ୍ତ ରଥଙ୍କୁ ଅତିବଡୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.