fbpx

ନିଜକୁ ଗୁଳି କଲେ ‘Atlas Cycle’ ର ପୂର୍ବ ଅଧ୍ୟକ୍ଷ: ଘଟଣାସ୍ଥଳରୁ ମିଳିଲା ସୁଇସାଇଡ ନୋଟ୍

ନୂଆଦିଲ୍ଲୀ: ଭାରତରେ ବହୁ ଲୋକପ୍ରିୟ ଆଟଲାସ୍ ସାଇକେଲ କମ୍ପାନୀର ପୂର୍ବତନ ଅଧ୍ୟକ୍ଷ ଆଜି ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ଦିଲ୍ଲୀର ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ସଲିଲ କପୁର । ଦିଲ୍ଲୀର ଏପିଜେ ଅବଦୁଲ କଲାମ ମାର୍ଗରେ ସ୍ଥିତ ଘରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି । ସଲିଲ କପୁର ପ୍ରାୟ ଅପରାହ୍ନ ୨.୩୦ରେ ପୋଲିସ ତାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଆଟଲାସ ସାଇକେଲର ପୂର୍ବ ଅଧ୍ୟକ୍ଷ ସଲିଲଙ୍କ ଘରୁ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ଘରେ ସଲିଲ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ।

ଆତ୍ମହତ୍ୟା ଖବର ମିଳିବା ପରେ ପୋଲିସ ସଲିଲଙ୍କ ଘରେ ପହଞ୍ଚିଛି । ସେପଟେ ସୁଇସାଇଡ ନୋଟ୍ ମାମଲାକୁ ଭିନ୍ନ ମୋଡ଼ ଦେଇଛି । ଏହି ନୋଟରେ ସଲିଲ କିଛି ଲୋକଙ୍କ ବିରୋଧରେ ପ୍ରତାଡ଼ିତ କରୁଥିବା ଅଭିଯୋଗ କରିଛନ୍ତି । ଏ ନେଇ ପୋଲିସ ସୁଇସାଇଡ ନୋଟ ଆଧାରରେ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.