fbpx

ମ୍ୟୁଜିକ୍ ଫେଷ୍ଟିଭାଲ ଦଳାଚକଟାରେ ୮ ମୃତ; ହୃଦଘାତ କାରଣରୁ୧୧ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଳୀ: ଯୁବପିଢି ନିଜର ମନୋରଞ୍ଜନ ପାଇଁ ମ୍ୟୁଜିକ୍ ଫେଷ୍ଟିଭାଲରେ ଅଂଶଗ୍ରହଣ କରୁଥିବା ବେଳେ ଆମେରିକାରେ ଘଟି ଯାଇଛି ଅଘଟଣ । ଏକ ମ୍ୟୁଜିକ ଫେଷ୍ଟିଭାଲରେ ଦଳାଚକଟା କାରଣରୁ ୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନ୍ୟୁନ ୧୧ ଜଣ ହୃଦଘାତ କାରଣରୁ ଗୁରୁତର ହୋଇ ପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ହଷ୍ଟନରେ ଅନୁଷ୍ଠିତ ହେଉଥିବା ଆଷ୍ଟ୍ରୋୱାର୍ଲ୍ଡ ମ୍ୟୁଜିକ ଫେଷ୍ଟିଭାଲରେ ଏହି ଅଘଟଣ ଘଟିଥିଲା ।

ରାପର ଟ୍ରାଭିସ ସ୍କଟଙ୍କ ଶୋ ପାଇଁ ଦୁଇ ଦିନର ସମୟ ରହିଥିବା ବେଳେ ଭିଡ ଅସମ୍ଭବ ଭାବରେ ବଢମି ଯାଇଥିଲା । ପ୍ରାୟ ୫୦ ହଜାର ଲୋକ ଏହି ଶୋ ପାଇଁ ପହଞ୍ଚିଥିବା ବେଳେ ରାତି ୯ଟାରୁ ୯.୧୫ ମଧ୍ୟରେ ଏହି ଅଘଟଣ ଘଟିଥିଲା । ୧୭ ଜଣ ଲୋକଙ୍କୁଭ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏହା ମଧ୍ୟରୁ ୧୧ ଜଣ ହୃଦଘାତର ଶିକାର ହୋଇଥିବା ଜଣାପଡିଥିଲା । ହଷ୍ଟନ ଅଗ୍ନିଶମ ବିଭାଗ ମୁଖ୍ୟ ସାମୁଏଲ ପେନା ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରିଥିବା ବେଳେ ଏହି ମ୍ୟୁଜିକ ଫେଷ୍ଟିଭାଲକୁ ବାତିଲ କରି ଦିଆଯାଇଛି ।

Get real time updates directly on you device, subscribe now.