fbpx

ଟମାଟୋ ପରେ ଅଟା ମହଙ୍ଗା: କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେଉଛି ଅଟା, ଚିନି ବି ଦାମୀକା

ନୂଆଦିଲ୍ଲୀ: ଟମାଟୋର ବର୍ଦ୍ଧିତ ଦର ବର୍ତ୍ତମାନ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ତେବେ ଟମାଟୋ ମହଙ୍ଗା ମାଡ଼ରେ ସାରା ଦେଶ କଲବଲ ହେଉଥିବା ବେଳେ ଏବେ ଅଟା ମୂଲ୍ୟ ବି ଆକାଶଛୁଆଁ ହୋଇଛି । ଅଟା କିଲୋ ଏବେ ୩୨୦ ଟଙ୍କାରେ ପହଞ୍ଚିଯାଇଛି । ଦରବୃଦ୍ଧିରଏହି ନୂଆ ସ୍ଥିତିରେ ଗ୍ରାହକ ଏବଂ ସାଧାରଣ ଖାଉଟୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମାର୍କେଟରେ ବିଭିନ୍ନ ଖାଦ୍ୟ ଶସ୍ୟ ତଥା ଉତ୍ପାଦର ମୂଲ୍ୟର ପ୍ରଭାବ ସିଧାସଳଖ ରୋଷେଇ ଘରେ ଦେକିବାକୁ ମିଳୁଛି ।

ରିପୋର୍ଟ ମୁତାବକ, ଦୁନିଆର ସବୁଠାରୁ ଦାମୀ ଅଟା ବୋଧହୁଏ ବର୍ତ୍ତମାନ ପାକିସ୍ତାନର କରାଚୀଠାରେ ବିକ୍ରି ହେଉଛି । କରାଚୀରେ ଅଟାର ମୂଲ୍ୟ ଇସଲାମାବାଦ ଏବଂ ପଞ୍ଜାବ ତୁଳନାରେ ଖୁବ ଅଧିକ ରହିଛି । ଏଠାରେ ୨୦ କିଲୋ ଅଟା ବ୍ୟାଗର ମୂଲ୍ୟରେ ୨୦୦ ଟଭ୍କା ବୃଦ୍ଧି ଘଟିଛି । ଫଳରେ ଏହି ମୂଲ୍ୟ ବର୍ତ୍ତମାନ ୩,୨୦୦ ଟଙ୍କା ଛୁଇଁଛି । ସେପଟେ ହାଇଦ୍ରାବାଦରେ ଏହି ଅଟା(୨୦କେ.ଜି)୧୪୦ ଟଙ୍କା ବୃଦ୍ଧି ପରେ ୩,୦୪୦ ଟଙ୍କାରେ ବିକ୍ରି ହେଉଛି । ଇସଲାମାବାଦରେ ୨୦ କିଲୋ ବ୍ୟାଗ ମୂଲ୍ୟ ୧୦୬ ଟଙ୍କା ବୃଦ୍ଧି ପାଇଥିବା ବେଳେ, ରାୱଲପିଣ୍ଡିରେ ୧୩୩, ସିୟାଲକୋଟରେ ୨୦୦ ଏବଂ ଖୁଜଦାରରେ ୩୦୦ ଟଙ୍କା ବୃଦ୍ଧି ପାଇଛି । ଏହାବ୍ୟତୀତ ବହାବଳପୁରରେ ସମାନ ଓଜନର ବ୍ୟାଗ ପାଇଁ ୧୪୬ ଟଙ୍କା ଅଧିକ ଦେବାକୁ ପଡୁଛି । ସେହିପରି ମୁଲତାନରେ ୯୩, ସୁକ୍କୁରରେ ୧୨୦ ଏବଂ କ୍ୱେଟାରେ ୧୧୦ ଟଙ୍କା ଅଧିକ ଦେଇ ୨୦ କି.ଲୋ ଅଟା ବ୍ୟାଗ କିଣୁଛନ୍ତି ଖାଉଟୀ ।

ସୂଚନା ଅନୁସାରେ, ପୂର୍ବରୁ ବୃଦ୍ଧି ପାଉଥିବା ମୁଦ୍ରାସ୍ଫିତୀ ମଧ୍ୟ ରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଖୁଚୁରା ବଜାରରେ ଚିନିର ଦାମ ମଧ୍ୟ ବୃଦ୍ଧି ପାଇଛି । ରେକର୍ଡ ସ୍ତରରେ ଏହି ଦାମ୍ କିଲୋ ପିଛା ୧୬୦ ଟଙ୍କା ବୃଦ୍ଧି ପାଇଛି । ତେବେ କରାଚୀ, ଇସଲାମାବାଦ ଏବଂ ରାୱଲପିଣ୍ଡି ଭଳି ଦେଶର ବିଭିନ୍ନ ସ୍ଥାନରେ ଖୁଚୁରା ସ୍ତରରେ ଚିନିର ମୂଲ୍ୟ ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଲାହୋର ଏବଂ କ୍ୱେଟାରେ ଚିନିର ମୂଲ୍ୟ ଯଥାକ୍ରମେ ୧୪୫ ଏବଂ ୧୪୨ ଟଙ୍କା ପ୍ରତି କେ.ଜି ବୃଦ୍ଧି ପାଇଛି ।

Get real time updates directly on you device, subscribe now.