fbpx

ମଣିପୁରରେ ସେନା ଉପରେ ଆକ୍ରମଣ: ୩ ଯବାନ ସହିଦ, ୬ ଗୁରୁତର

ମଣିପୁରରେ ସେନାର ଯବାନଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଧବାର ରାତି ପ୍ରାୟ ୧.୧୫ରେ ରାଜଧାନୀ ଇମ୍ଫାଲଠାରୁ ୯୫ କିଲେମିଟର ଦୂରରେ ଥିବା ଚନ୍ଦୋଲ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହା ଏକ ପାହାଡିଆ ଅଞ୍ଚଳ ବୋଲି ଜଣାପଡିଛି ।

ତେବେ ଭାରତ-ମିଆଁମାର ସୀମାରେ ଉଗ୍ରବାଦୀ ଗୋଷ୍ଠୀ ବିରୋଧୀ ଅପରେସନ ସମୟରେ ୩ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ୬ ଯବାନଙ୍କୁ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.