fbpx

ଚିଲିକା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ, ଏବେ ମେଡିକାଲରେ ଭର୍ତ୍ତି

ବାଲୁଗାଁ(ଓଡ଼ିଶା ଭାସ୍କର): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମରଣାନ୍ତକ ଆକ୍ରମଣ । ବାଣପୁର ବ୍ଲକ ନିକଟରେ ବିଧାୟକଙ୍କୁ ହୋଇଛି ଆକ୍ରମଣ । ଏହି ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ । ୩ ବିଜେପି କର୍ମୀଙ୍କୁ ଉପରେ ଗାଡ଼ି ଚଢ଼ାଇବା ପାଇଁ ଉଦ୍ୟମ କରାଯାଇଥିଲା । ଗୁରୁତର ଅବସ୍ଥାରେ ୩ ବିଜେପି କର୍ମୀଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ଉତ୍ତେଜନା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.