fbpx

Smart Phone ୟୁଜର ଧ୍ୟାନ ଦିଅନ୍ତୁ! Facebook, Instagram-YouTubeରେ ଆପଣଙ୍କ ଉପରେ ରହିଛି ନଜର: ହୋଇପାରେ ବିପଦ

ଓଡ଼ିଶା ଭାସ୍କର: ସ୍ମାର୍ଟପୋନ୍ ୟୁଜରମାନଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଆଇଓଏସ, ଆଣ୍ଡ୍ରଏଡ ଏବଂ ୱିଣ୍ଡୋଜ ଡିଭାଇସ ଜରିଆରେ ୟୁଜରମାନଙ୍କ ଉପରେ ନଜର ରଖୁଛନ୍ତି କିଛି କମ୍ପାନୀ । ଏଭଳି କିଛି କମ୍ପାନୀ ଉପରେ ମେଟା ପ୍ଲାଟଫର୍ମ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୟୁଜରମାନଙ୍କ ଉପରେ ନଜର ରଖିବା ଏବଂ ସେମାନଙ୍କ ତଦାରଖ କରିବା ପାଇଁ ସ୍କ୍ରାପିଙ୍ଗ, ଫିସିଙ୍ଗ ଆକ୍ଟିଭିଟି ସହିତ ସୋସିଆଲ ଇଞ୍ଜିନିୟରିଂ ମଧ୍ୟ ଜାରି ରଖିଥିଲେ । ଯାହା ବିରୋଧରେ ବର୍ତ୍ତମାନ ମେଟା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ।

ଫିସିଙ୍ଗ ଆକ୍ଟିଭିଟି ଏବଂ ସୋସିଆଲ ଇଞ୍ଜିନିୟରିଙ୍ଗ ଇତ୍ୟାଦିରେ ପପୁଲାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଭଳି ପ୍ଲାଟଫର୍ମର ବ୍ୟବହାର କରାଯାଉଥିଲା । ତେବେ ଏକ ସ୍ପେଶାଲ SMS ମେଥଡକୁ ଏଥିପାଇଁ ବ୍ୟବହାର କରୁଥିଲେ ଏହିସବୁ କମ୍ପାନୀ । ଇଟାଲୀ, ସ୍ପେନ୍ ଏବଂ ୟୁଏଇର ମୋଟ ୮ଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ସୂଚନା ଦେଇଛି ମେଟା ।

ଏହିସବୁ କମ୍ପାନୀ ଥିଲେ ସାମିଲ:

  1. Cy4Gate/ELT Group
  2. RCS Labs
  3. IPS Intelligence
  4. Variston IT
  5. TrueL IT
  6. Protect Electronic Systems
  7. Negg Group
  8. Mollitiam Industries

ରିପୋର୍ଟ ଅନୁସାରେ, କମ୍ପାନୀ ବ୍ୟବହାର କରୁଥିବା ମାଲଓୟାର ଦ୍ୱାରା ୟୁଜରଙ୍କ ଲୋକେସନ୍, ଫଟୋ, ମିଡିଆ ସହିତ କଣ୍ଟେଣ୍ଟସ, କ୍ୟାଲେଣ୍ଡର, ଇ-ମେଲ, ଏସଏମଏସ ଏବଂ ସୋସିଆଲ ମିଡିଆ ତଥା ମେସେଜିଙ୍ଗ ଆପ୍ ଗୁଡ଼ିକୁ ଡାଟା ଚୋରି କରାଯାଉଥିଲା । ଏହାସହିତ ୟୁଜରଙ୍କ କ୍ୟାମେରା, ମାଇକ୍ରୋଫୋନ୍ ଏବଂ ସ୍କ୍ରିନସଟକୁ ମଧ୍ୟ ଆକ୍ସେସ କରିପାରୁଥିଲା ଏହି ମାଲଓୟାର ।

Get real time updates directly on you device, subscribe now.