fbpx
BJD SKY
BJD SKY

(Video) ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଆଜିଠୁ ପ୍ରତି ଘର ପିଛା ମିଳିବ ୧ ହଜାର ଟଙ୍କା!

BJD

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ରହିଛି । ଏବେ ଆଉ ଦରଦାମ ବୃଦ୍ଧିର ଚିନ୍ତା ରହିବ ନାହିଁ । କାରଣ ସରକାର ଯୋଗାଇ ଦେଲେ ଏକ ହଜାର ଟଙ୍କା । କିଛି ବି କାମ ନକରି ଆରାମରେ ଆପଣ ମାନଙ୍କୁ ଏହି ଟଙ୍କା ମାଗଣାରେ ମିଳବ । ପ୍ରତି ପରିବାର ପିଛା ମିଳିବ ଏହି ଟଙ୍କା । ଯାହାକି ଦୈନନ୍ଦିନ ଜୀବନରେ ଆପଣ ମାନଙ୍କର ସହାୟତା ହୋଇପାରିବ । ଏହି ଶୁଭାରମ୍ଭ ମଙ୍ଗବାର ଦିନ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବିକାଶ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ହେଉଛି ଆଉ ଏକ ପ୍ରୟାସ ।

ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଦରଦାମ ବୃଦ୍ଧି ଯୋଗୁଁ ଅତ୍ୟାବଶକ ସାମଗ୍ରୀ କିଣିବାରେ ଏହି ଅର୍ଥ ସହାୟକ ହେବ । ଏହି ସବୁ ପରିବାରକୁ ୨ଟି ଝୋଟ ତିଆରି ବ୍ୟାଗ ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରିବ ।

ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା । ତେବେ ଏହି ଯୋଜନାରେ ୯୬ ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ବାବଦକୁ ୯୫୯ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ୨ଟି ଲେଖାଏଁ ଝୋଟ ବ୍ୟାଗ ବାବଦକୁ ଖର୍ଚ୍ଚ ହେବ ୨୭୮ କୋଟି ୬୯ ଲକ୍ଷ ଟଙ୍କା ।

Get real time updates directly on you device, subscribe now.