fbpx

ଟିଭି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ, ହାର୍ଟଆଟାକରେ ଚାଲିଗଲା ପ୍ରାଣ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଋତୁରାଜ ସିଂହ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ଘରେ ଋତୁରାଜଙ୍କୁ ହାର୍ଟଆଟାକ ଆସିଥିଲା । ଅଭିନେତାଙ୍କର ହଠାତ୍ ଦେହାନ୍ତ ହେତୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଦେହାନ୍ତ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।

୯୦ ଦଶକରେ ‘ଜି ଟିଭି’ରେ ପ୍ରସାରିତ ରିଆଲିଟି ଶୋ ‘ତୋଲ ମୋଲ କେ ବୋଲ’ ରେ ହୋଷ୍ଟ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ ଋତୁରାଜ ସିଂହ । ସେ ଟିଭିରେ ଅନେକ ସିରିୟଲ୍ସ, ଫିଲ୍ମ ଏବଂ ଓଟିଟି ଶୋ’ରେ କାମ କରିଛନ୍ତି । ୧୯୯୩ ମସିହାରେ ଜି ଟିଭିରେ ପ୍ରସାରିତ ତାଙ୍କର ଟିଭି ଶୋ ‘ବନେଗୀ ଅପନି ବାତ’ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲା । ସେ ‘ହିଟଲର ଦିଦି’, ‘ଜ୍ୟେତି’, ‘ଶପଥ‘, ‘ଅଦାଲତ’, ‘ଆହଟ’, ‘ଦିୟା ଔର ବାତୀ’, ‘ୱାରିୟର ହାର୍ଟ’, ‘ଲାଡୋ ୨’ ପରି ସିରିୟଲରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ରିପୋର୍ଟ ମୁତାବକ ଋତୁରାଜଙ୍କ ପ୍ରିୟ ସାଙ୍ଗ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁକୁ ସୁନିଶ୍ଚିତ କରିଛନ୍ତି । ସେ ଦୁଃଖ ବ୍ୟକ୍ତ କରି ଟ୍ୱିଟ କରିଛନ୍ତି ଯେ, ‘ହଁ କାର୍ଡିଆକ ଅରେଷ୍ଟ କାରଣରୁ ତାଙ୍କର ପରଲୋକ ଘଟିଛି । ସେ ଏହା ପୂର୍ବରୁ ପେନକ୍ରିୟାଜର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଘରକୁ ଫେରିବା ପରେ କିଛି ହୃଦୟ ସମ୍ବନ୍ଧୀୟ କଷ୍ଟ ହେବା ପରେ ତାଙ୍କର ମୃତ୍ୟୁ ଘଟିଛି ।’

Get real time updates directly on you device, subscribe now.