fbpx

ଚାକିରି ଛାଡ଼ି ଯାଉଥିଲେ Google କର୍ମଚାରୀ, ଜାଣନ୍ତୁ କର୍ମଚାରୀଙ୍କୁ ଅଟକାଇବା ପାଇଁ କ’ଣ ଅଫର ଦେଲା କମ୍ପାନୀ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଭାବେ ଜଣାଶୁଣା ଗୁଗୁଲ । ଗୁଗୁଲ କମ୍ପାନୀ ସବୁବେଳେ କର୍ମଚାରୀଙ୍କ ଛଟେଇକୁ ନେଇ ଚର୍ଚ୍ଚାରେ ରହି ଆସିଛି । ବର୍ତ୍ତମାନ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କମ୍ପାନୀ ଏହାର ଜଣେ କର୍ମଚାରୀଙ୍କୁ ଚାକିରିରେ ରଖିବା ପାଇଁ ଦରମାରେ ୧୦%, ୨୦% କିମ୍ବା ୫୦% ନୁହେଁ ବରଂ ୩୦୦%ର ବୃଦ୍ଧି କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଆପଣ ଭାବିପାରୁଥିବେ ଯେ ଏହି କର୍ମଚାରୀ ଜଣଙ୍କ କମ୍ପାନୀ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବେ । ଆସନ୍ତୁ ଜାଣିବା କ’ଣ ରହିଛି ପୁରା ମାମଲା ।

ସୂତ୍ରରୁ ପ୍ରକାଶ ଯେ IIT Madras ରେ ଅଧ୍ୟୟନ କରୁଥିବା ଅରବିନ୍ଦ ଶ୍ରୀନିବାସ ନିଜର Perplexity AI  ନାମକ ଏକ ଷ୍ଟାର୍ଟଅପ୍ କରିଛନ୍ତି । ଆମେରିକା ସ୍ଥିତ ଏହି ଷ୍ଟାର୍ଟଅପର ସିଇଓ ହେଉଛନ୍ତି ଅରବିନ୍ଦ । ଏଥିପାଇଁ ସେ Alex Kantrowitz ଦ୍ୱାରା ଆୟୋଜିତ ଏକ podcast show ରେ ନିଯୁକ୍ତି ବଷୟରେ ସୂଚନା ପ୍ରଦାନ କରିଥିଲେ । ତେବେ ଏହି ଷ୍ଟାର୍ଟଅପରେ କାମ କରିବା ପାଇଁ ଗୁଗୁଲ କମ୍ପାନୀର ଏକ କର୍ମଚାରୀ ଇଚ୍ଛୁକ ଥିଲେ । ଏହି କର୍ମଚାରୀ ଜଣଙ୍କ ଗୁଗୁଲ ସର୍ଚ୍ଚ ଟିମର ଅଂଶ ଥିଲେ । ଏଥିପାଇଁ ସେ କମ୍ପାନୀ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଥିଲେ । ସନ୍ଧାନ କରୁଥିଲେ । କିନ୍ତୁ କମ୍ପାନୀ ଛାଡ଼ିବା ପୂର୍ବରୁ ଏମିତି କିଛି ହେଲା ଯେ ସେ ତାଙ୍କ ମନ ପରିବର୍ତ୍ତନ କରିଦେଲେ । ବାସ୍ତବରେ କୌଣସି କମ୍ପାନୀ ଛାଡ଼ିବା ପୂର୍ବରୁ ଏହାର କାରଣ କହିବାକୁ ପଡ଼ିଥାଏ । ଉକ୍ତ କର୍ମଚାରୀ ତାଙ୍କ ମାଲିକଙ୍କୁ ସବୁ କଥା କହିଥିଲେ । ଏହା ପରେ କମ୍ପାନୀ ପକ୍ଷରୁ ତାଙ୍କ ଦରମାରେ ୧୦%, ୨୦% କିମ୍ବା ୫୦% ନୁହେଁ ଏକା ଥରକେ ୩୦୦% ବୃଦ୍ଧି କରାଯାଇଥିଲା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୁୁଗୁଲ ତା’ର ଜଣେ ଉତ୍ତମ କର୍ମଚାରୀଙ୍କୁ ହରାଇବାକୁ ଚାହୁଁନଥିଲେ । ତେଣୁ କମ୍ପାନୀ ତରଫରୁ ଏତେ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

Get real time updates directly on you device, subscribe now.