fbpx

ମାର୍ଚ୍ଚ ୯ ପରେ ଲୋକସଭା ନିର୍ବାଚନ ତାରିଖ ଜାରି କରିପାରେ ECI, ୭ ଟି ପର୍ଯ୍ୟାୟରେ ଭୋଟିଂ ହେବାର ସମ୍ଭାବନା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ କେବେ ହେବ? ବର୍ତ୍ତମାନ ଏହି ପ୍ରଶ୍ନଟି ସମସ୍ତଙ୍କ ମନରେ ରହିଛି । ଏହାରି ମଧ୍ୟରେ ରିପୋର୍ଟ ରହିଛି ଯେ, ଇସିଆଇ ଅର୍ଥାତ୍ ନିର୍ବାଚନ ଆୟୋଗ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି । କୁହାଯାଉଛି ଯେ, ଆୟୋଗ ପ୍ରଥମେ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଜାଣିବାକୁ ଚାହୁଁଛି ।

ଏପ୍ରିଲ-ମେ ମାସରେ ନିର୍ବାଚନ ହୋଇପାରେ ବୋଲି ସମ୍ଭାବନା ରହିଛି :-

କୁହାଯାଉଛି ଯେ, ଆୟୋଗ ମାର୍ଚ୍ଚ ୯ ପରେ ତାରିଖ ଘୋଷଣା କରିପାରେ । ବର୍ତ୍ତମାନ ନିର୍ବାଚନ ଅଧିକାରୀମାନେ ରାଜ୍ୟ ଗସ୍ତରେ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ରିପୋର୍ଟ ଅନୁଯାୟୀ, ୨୦୨୪ ର ନିର୍ବାଚନ କ୍ୟାଲେଣ୍ଡର ୨୦୧୯ ସହିତ ସମାନ ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।

୨୦୧୯ ନିର୍ବାଚନ କାର୍ଯ୍ୟସୂଚୀ :-
୨୦୧୯ ମସିହାରେ ୫୪୩ ଲୋକସଭା ଆସନ ପାଇଁ ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧୦ ରେ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ସେହି ସମୟରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ଭୋଟ୍ ୧୧ ଏପ୍ରିଲରେ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୧୮ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟରେ ୨୩ ଏପ୍ରିଲରେ, ଚତୁର୍ଥ ପର୍ଯ୍ୟାୟରେ ୨୯ ଏପ୍ରିଲରେ, ପଞ୍ଚମ ପର୍ଯ୍ୟାୟରେ ୬ ମେରେ, ପରେ ୧୨ ମେ ଏବଂ ଶେଷ ପର୍ଯ୍ୟାୟରେ ୧୯ ମେରେ ଭୋଟ୍ ଗ୍ରହଣ କରାଯାଇଥିଲା ।

ଆସନ୍ତା ୨୩ ରେ ଆୟୋଗ ଫଳାଫଳ ଘୋଷଣା କରିଥିଲା ଯେଉଁଥିରେ ଭାରତୀୟ ଜନତା ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଲୋକସଭା ସହିତ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

 

Get real time updates directly on you device, subscribe now.