fbpx

ବଡ଼ ନିଷ୍ପତ୍ତି: ଅଗଷ୍ଟ ୧୫ରେ ସମସ୍ତେ ହଲରେ ମାଗଣାରେ ଦେଖିପାରିବେ ଫିଲ୍ମ

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇଦିନ ପରେ ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ । ତେବେ ଅଗଷ୍ଟ ୧୫ ତାରିଖକୁ ନେଇ ଆପଣଙ୍କ ପାଇଁ ଆସିଛି ଏକ ବଢ଼ିଆ ସୁଯୋଗ । ଏହି ଦିନ ଅଧିକାଂଶ, ସ୍କୁଲ, ଶିକ୍ଷାନୁଷ୍ଠାନ, ଅଫିସ ଛୁଟି ରହୁଥିବାରୁ ଲୋକମାନେ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ତେବେ ଆପଣମାନେ ଏହି ଦିନ ମାଗଣାରେ ଫିଲ୍ମ ଦେଖିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଟିକେଟ କାଟିବାକୁ ପଡ଼ିବ ନାହିଁ ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନøରେ ଏଥର ଅଗଷ୍ଟ ୧୫ ପାଇଁ ସ୍ୱତନ୍ତ୍ର ଧରଣର ପ୍ରସ୍ତୁତି କରାଯାଇଛି । ରାଜଧାନୀରେ ଦର୍ଶକଙ୍କୁ ମାଗଣାରେ ଫିଲ୍ମ ଦେଖିବାର ସୁଯୋଗ ଦିଆଯିବ । ଫିଲ୍ମ ଦେଖିବାକୁ ଆପଣଙ୍କୁ କୌଣସି ଟିକେଟ୍ କିଣିବାକୁ ପଡ଼ିବ ନାହିଁ । ଏନେଇ ଜିଲ୍ଲାପାଳଙ୍କୁ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଗତବର୍ଷ ପରି ଏଥର ରାଷ୍ଟ୍ରୀୟ ପର୍ବ ‘ସ୍ୱତନ୍ତ୍ରତା ଦିବସ- ୨୦୨୩’ ଅବସରରେ ଜିଲ୍ଲାର ସିନେମା ହଲରେ ଦେଶଭକ୍ତି ଫିଲ୍ମ ନିଃଶୁଳ୍କରେ ପ୍ରଦର୍ଶିତ ହେବ ।

ଏହି ହିନ୍ଦି ଫିଚର ଫିଲ୍ମକୁ ସ୍କୁଲ ପିଲା ଓ ଜନସାଧାରଣ ମାଗଣାରେ ଦେଖିପାରିବେ । ତେବେ ‘ଫାଷ୍ଟ କମ୍ ଫାଷ୍ଟ ସର୍ଭ’ ଆଧାରରେ ସମସ୍ତଙ୍କୁ ଫିଲ୍ମ ଦେଖିବାର ସୁଯୋଗ ଦିଆଯିବ । ମୋଟ ୨୨୧୮ଟି ଟିକେଟରେ ସହରର ଜନସାଧାରଣଙ୍କୁ ଫିଲ୍ମ ଦେଖାଇବା ନେଇ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ହଲ ପାଇଁ ଟିକେଟ୍ ସଂଖ୍ୟା ସ୍ଥିରୀକୃତ କରାଯାଇଛି । ଏ କ୍ଷେତ୍ରରେ ଯଦି କୌଣସି ସମସ୍ୟା ଉପୁଜେ ଦର୍ଶକମାନେ ଆସିଷ୍ଟାଣ୍ଟ କମିଶନରଙ୍କ ପକ୍ଷରୁ ଜାରି ନମ୍ବରରେ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.