fbpx

ଅଗଷ୍ଟରେ ୪ ରାଶିର ଲୋକଙ୍କୁ ସବୁ ଦିଗରୁ ମିଳିବ ଶୁଭ ସମାଚାର, ଚାକିରୀରେ ବି ରହିଛି ପଦୋନ୍ନତି ଯୋଗ

Advertisement

ଅଗଷ୍ଟରେ ବହୁ ବଡ ଗ୍ରହଙ୍କ ଗୋଚର ଯୋଗ ରହିଛି । ଏହି ତାଲିକାରେ ମଙ୍ଗଳ, ଶୁକ୍ର ଓ ବୁଧ ପରି ଗ୍ରହ ରହିଛନ୍ତି । ଅଗଷ୍ଟରେ କିଛି ଗ୍ରହ ବକ୍ରୀ ହେବେ ଓ କିଛି ଗ୍ରହ ଅସ୍ତ ବି ହେବେ । ଗ୍ରହର ସ୍ଥିତିରେ ପରିବର୍ତ୍ତନ ବହୁ ରାଶିର ଲୋକଙ୍କ ପାଇଁ ବେଶ୍ ଖୁସି ଓ ସୌଭାଗ୍ୟ ଆଣିଦେବ । ଅଗଷ୍ଟରେ ବୃଷ ରାଶି ସହିତ ଅନ୍ୟ କିଛି ରାଶିର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବ । ଏହି କ୍ରମରେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଅଗଷ୍ଟରେ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି ।

ବୃଷ: ଏହି ରାଶିର ଜାତକରେ ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଲାଭ ମିଳିବ । ପରିଶ୍ରମର ଭରପୁର ଫଳ ମିଳିବ । ପରିବାରରୁ ମଧ୍ୟ ସଂପୂର୍ଣ୍ଣ ସହଯୋଗ ମିଳିବ । ସାମାଜିକ ପ୍ରତିଷ୍ଠା ଭଲ ରହିବ । ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଦୂରଯାତ୍ରାର ସୁଯୋଗ ମିଳିବ ।
କର୍କଟ: ଏହି ରାଶିର ଜାତକଙ୍କୁ ଅଗଷ୍ଟରେ ବହୁ ଶୁଭ ସମାଚାର ମିଳିବ । ସରକାରୀ କାର୍ଯ୍ୟରେ ଲାଭ ମିଳିବ ଓ ଭୌତିକ ସୁଖ ମିଳିବ । ଆପଣ ନିଜ କାମ ସଂପୂର୍ଣ୍ଣ ସାଧୁତାର ସହ ନିର୍ବାହ କରିବେ । ରାଜନୀତି ସହ ଜଡିତ ଲୋକଙ୍କ ସହ ଆପଣଙ୍କର ଭଲ ସମ୍ବନ୍ଧ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଚାକିରୀ କ୍ଷେତ୍ରରେ ଉଚ୍ଚପଦବୀ ମିଳିବ । ଏହା ବ୍ୟତିତ ଜମି, ଘର, ଯାନବାହନ ମଧ୍ୟ କ୍ରୟ କରିପାରନ୍ତି । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ପରିବାରକୁ ଖୁସି ଖବର ମିଳିବ ।
କନ୍ୟା: ଚଳିତ ମାସରେ କାର୍ଯ୍ୟକ୍ଷେତ୍ରରୁ ଭଲ ଲାଭ ମିଳିବ । ବ୍ୟବସାୟ ସମ୍ବନ୍ଧିତ ଯାତ୍ରା ସଫଳ ସାବ୍ୟସ୍ତ ହେବ । ଏହି ମାସରେ ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ସଂପନ୍ନ ହେବ । ଜୀବନସାଥିଙ୍କ କାରଣରୁ ସମାଜରେ ମାନ ସମ୍ମାନ ଓ ପ୍ରତିଷ୍ଠା ପ୍ରାପ୍ତ ହେବ । ଏହି ମାସରେ ଆପଣଙ୍କ ବିରୋଧୀ ପରାସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖ ମିଳିବ ।
ମକର: କାମରେ ଭଲ ସଫଳତା ମିଳିବ । ଧନ ଲାଭ ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଧନ ସମ୍ବନ୍ଧିତ ମାମଲାରେ ଶୁଭ ସମାଚାର ମିଳିବ । ଆପଣଙ୍କୁ ଅଚାନକ ଧନଲାଭ ହେବ । ଅତି ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ବନ୍ଧ ସ୍ଥାପନ ହେବ । ପରିବାର ସହ ସୁଖ ଶାନ୍ତିରେ ସମୟ ବିତାଇବେ । ସନ୍ତାନ ପକ୍ଷରୁ କୌଣସି ପ୍ରକାର ଶୁଭ ସମାଚାର ମିଳିବ । ଦୂର ଯାତ୍ରାର ଅବସର ମିଳିପାରେ ।

Get real time updates directly on you device, subscribe now.