fbpx

କିଙ୍ଗ ଖାନଙ୍କ ସହ କାମ ନ କରିବାକୁ ନେଇ ତବୁ କଲେ ଖୁଲାସା, କହିଲେ ‘ଓମ ଶାନ୍ତି ଓମ୍‌’ ରେ ଶାହରୁଖ ମତେ…

ଓଡିଶା ଭାସ୍କର: ନବେ ଦଶକର ଅଭିନେତ୍ରୀ ହେଲେ ବି ତବୁଙ୍କ ଆଜି ବି ବଲିଉଡରେ ରହିଛି ଜଲୱା । ସେ ଆଜି ପର୍ଯ୍ୟନ୍ତ ଅନେକ ସିନେମାରେ ଅଭିନୟ କରିଛନ୍ତି । ମାତ୍ର ସ୍କ୍ରିନରେ ଅଭିନେତା ଅଜୟ ଦେବଗନଙ୍କ ସହ ସେ ଅଧିକ ସମୟ କାମ କରିଛନ୍ତି । ବର୍ତ୍ତମାନ ତବୁ ନିଜର ଆଗାମୀ ସିନେମା ‘ଔରୋ ମୈ କାହାଁ ଦମ୍ ଥା’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ଏକ ସାକ୍ଷାତକାରରେ ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ଶାହରୁଖ ଖାନଙ୍କ ସହ କାମ ନ କରିବାକୁ ନେଇ କାରଣ କହିଛନ୍ତି ।

ତବୁ ଶାହରୁଖଙ୍କ ସହ ମାତ୍ର ୨ କିମ୍ବା ୩ ଟି ସିନେମାରେ କାମ କରିଛନ୍ତି । କିନ୍ତୁ, ଏହା ପୁଣି କୈମିୟୋ ଭାବରେ । ଏକ ସାକ୍ଷାତକାରରେ ତବୁ ଜଣାଇଛନ୍ତି ଯେ, ସେ କୌଣସି ପ୍ରଡ୍ୟୁସର ନୁହଁନ୍ତି । ସେ ନିର୍ଣ୍ଣୟ କରିବେ ନାହିଁ କି ଶାହରୁଖ ତାଙ୍କ ସହ କାମ କରିବେ କି ନାହିଁ । କେଉଁ ସିନେମା ତିଆରି ହେବାକୁ ଯାଉଛି । ତାଙ୍କୁ ଆଗାମୀ ଦିନରେ କେଉଁ ସିନେମାର ଅଫର ଆସିବ ତାହା ଜଣା ନ ଥାଏ । ଯଦି ତାଙ୍କ ସହ କୌଣସି ସିନେମାର ଅଫର ହୁଏ, ତେବେ ସେ ନିଶ୍ଚୟ କାମ କରିବେ ବୋଲି ତବୁ କହିଛନ୍ତି । ଶାହରୁଖ ଓ ତାଙ୍କୁ ଏକାଠି କାମ କରିବାର ଅନେକ ଅଫର ଆସିଛି । ମାତ୍ର ତାହା ଉଭୟଙ୍କ ବ୍ୟକ୍ତିଗତ ପସନ୍ଦ କିମ୍ବା କୌଣସି କାରଣରୁ ସମ୍ଭବ ହୋଇ ପାରିନି । ଶାହରୁଖ ଓ ସେ ଭଲ ବନ୍ଧୁ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ‘ଔରୋ ମୈ କାହାଁ ଦମ୍ ଥା’ ର ଏହି ଅଭିନେତ୍ରୀ ।

Get real time updates directly on you device, subscribe now.