fbpx

ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ଟିମ୍‌ରେ ସ୍ଥାନ

ମେଲବୋର୍ଣ୍ଣ: ଆସନ୍ତା ଅକ୍ଟୋବର -ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପ ପାଇଁ ଗୁରୁବାର ଦିନ ଘୋଷଣା କରା ଯାଇଛି ୧୫ ଜଣିଆ ଅଷ୍ଟ୍ରେଲିଆ ଦଳ । ଗତ ୱେଷ୍ଟଇଣ୍ଡିଜ ବିକ୍ଷ ଟି-୨୦ ସିରିଜ ଅବସରରେ ଆହତ ହୋଇଥିବା ଅଧିନାୟକ ଆରୋନ ଫିଞ୍ଚ୍‌ ବିଶ୍ୱକପ ବେଳକୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଲେ ଦଳର ନେତୃତ୍ୱ ନେବେ । ତେବେ ନିକଟରେ ଅନୁଷ୍ଠିତ ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ ବିକ୍ଷ ସିରିଜରେ ଦଳ ସହିତ ସାମିଲ ହୋଇ ନ ଥିବା ପ୍ରମୁଖ ଖେଳାଳି ପେସ୍‌ ବୋଲର ପ୍ୟାଟ କ୍ୟୁମିନ୍ସ ,ଓପନର ଡେଭିଡ ୱାର୍ଣ୍ଣର ,ଅଲ ରାଉଣ୍ଡର ମାର୍କସ ଷ୍ଟୋନିସ ,ଗ୍ଲେନ ମ୍ୟାକ୍ସୱେଲ ଓ ଟ୍ଟପସ୍‌ ବୋଲର କେନ ରିଚାର୍ଡସନ ବିଶ୍ୱକପ ପାଇଁ ଗଠିତ ୧୫ ଜଣିଆ ଦଳରେ ସ୍ଥାନ ପାଇଛନ୍ତି ।

ତେବେ ଆଲେକ୍ସ କେରେଙ୍କ ପରିବର୍ତ୍ତେ ଅନକ୍ୟାପଡ୍‌ ୱିକେଟ କିର ଜୋସ ଇଙ୍ଗଲିସଙ୍କୁ ଦଳରେ ନିଆ ଯାଇଛି । ସେହିପରି ଲେଗ ସ୍ପିନର ମିଚେଲ ସ୍ୱେପସନ ତୃତୀୟ ସ୍ପିନର ଭାବେ ସ୍ଥାନ ପାଇଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଖେଳାଳି ଚୟନ କମିଟି ଅଧ୍ୟକ୍ଷ ଜର୍ଜ ବେଲି କହିଛନ୍ତି ଯେ ଅଷ୍ଟ୍ରେଲିଆ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟି-୨୦ ଟିମ ଭାବେ ମଇଦାନକୁ ଓହ୍ଲାଇବେ ।

ସୂଚନା ଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପରେ ସବୁଦେଶ ଠାରୁ ଏକାଧିକ ବାର ଟାଇଟଲ ଜିତି ଥିଲେ ହେଁ ଟି-୨୦ ବିଶ୍ୱକପରେ କେବେ ବିଜୟ ସ୍ୱାଦ ଚାଖିନାହିଁ । ଅଷ୍ଟ୍ରେଲିଆ ଦଳ- ଆରୋନ ଫିଞ୍ଚ (ଅଧିନାୟକ)ପ୍ୟାଟ୍‌ କ୍ୟୁମିନ୍ସ (ଉପ- ଅଧିନାୟକ) ଆଶଟନ ଅଗର ,ଜୋସ୍‌ ହାଜେଲଉଡ୍‌ ,ଜୋସ ଇଙ୍ଗଲିସ୍‌, ମତଚେଲ ମାର୍ଶ, ଗ୍ଲେନ୍‌ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ୍‌, ମିଚେଲ ଷ୍ଟାର୍କ ,ମାର୍କସ ଷ୍ଟୋନିସ, ମାଥ୍ୟୁ ୱାଡେ, ଡେଭିଡ ୱାର୍ଣ୍ଣ. ଆଦାମ ଜାମ୍ପା, ମିଚେଲ ୱେସନ ।

Get real time updates directly on you device, subscribe now.