fbpx

ଦିନିକିଆ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଏନେଇ ଗତକାଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଲ (ବିସିସିଆଇ) ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି । ଚଳିତ ବିଶ୍ୱକପରେ ମୋଟ ୧୦ଟି ଦେଶ ଅଂଶଗ୍ରହଣ କରିବେ । ନଭେମ୍ବର ମାସ ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ ।

ଦ୍ରୁତ ବୋର ପ୍ୟାଟ କମିନ୍ସ ପୁଣି ଥରେ ଦଳର ନେତୃତ୍ୱ ନେବେ । ଅଭିଜ୍ଞ ପେସର ଜୋଶ ହେଜଲଉଡ ଓ ମିଶେଲ ଷ୍ଟାର୍କ ତାଙ୍କୁ ନୂଆ ବଲରେ ସହାୟତା କରିବେ । ସିନ ଏବଟ ବ୍ୟାକଅପ ପେସର ଭାବେ ଦଳରେ ସ୍ଥାନ ପାଇଛନ୍ତି । ଏଶଟନ ଏଗର ଓ ଏଡମ ଜାମ୍ପା ଦଳର ସ୍ପିନ ବିଭାଗ ସମ୍ଭାଳିବେ । ଜାମ୍ପା ପୂର୍ବରୁ ଭାରତରେ ଖେଳିବାର ଅଭିଜ୍ଞତା ହାସଲ କରିଥିବାରୁ ସେ ବିପକ୍ଷ ଦଳ ଘାତକ ସାଜି ପାରନ୍ତି ।

ବିଶ୍ୱ କ୍ରିକେଟ ଇତିହାସରେ ସର୍ବାଧିକ ଥର ବିଶ୍ୱ ଚାମ୍ପିୟନ ହେବାର ରେକର୍ଡ ଅଷ୍ଟ୍ରେଲିଆ ନାମରେ ରହିଛି । ୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ସେହିପରି ୧୯୭୫, ୧୯୯୬, ଅଷ୍ଟ୍ରେଲିଆ ରନର ଅପ୍ ହୋଇଥିଲା ।

ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୩ ଟିମ୍: ପ୍ୟାଟ କମିନ୍ସ (ଅଧିନାୟକ), ଷ୍ଟିଭ ସ୍ମିଥ, ଏଲେକ୍ସ କେରୀ, ଜୋଶ ଇଂଲିଶ, ସୀନ ଏବଟ, ଏଶଟନ ଏଗର, କ୍ୟାମେରୁନ ଗ୍ରୀନ, ଜୋଶ ହେଜଲଉଡ, ଟ୍ରେବିସ ହେଡ, ମିଶେଲ ମାର୍ଶ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ଣ୍ଣର, ଏଡମ ଜାମ୍ପା, ମିଚେଲ ଷ୍ଟାର୍କ ।

Get real time updates directly on you device, subscribe now.