fbpx

ଆହତ ହେଲେ ଗ୍ରୀନ୍‌, ବଦଳିଗଲା ଅଷ୍ଟ୍ରେଲିଆର ଭାଗ୍ୟ, ବଦଳ ଖେଳାଳି ଭାବେ ଆସି ମ୍ୟାଚ୍ ଜିତାଇଲେ ମାର୍ନସ ଲାବଶାନ୍‌

ନୂଆଦିଲ୍ଲୀ: ମାର୍ନସ ଲାବୁଶାନଙ୍କୁ ବିଶ୍ୱ କ୍ରିକେଟର ମହାନ କନକସନ୍ ସବ୍‌ଟିଚ୍ୟୁଟ୍(ବଦଳ ଖେଳାଳି) କୁହାଯାଇ ପାରିବ । ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ଦଳ ମାର୍ନସ ଲାବଶାନଙ୍କୁ ପ୍ଲେଇଁ ଇଲେଭେନ୍‌ରେ ସ୍ଥାନ ଦେଇ ନଥିଲା । ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୨୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୧୧୩ ରନ୍‌ରେ ୭ ଉଇକେଟ୍ ହରାଇ ବିପଦରେ ପଡ଼ିଥିଲା । ଏହାରି ମଧ୍ୟରେ ଗ୍ରୀନ୍ ବ୍ୟାଟିଂ କରିବା ସମୟରେ ଏକ ବାଉଁସର୍ ବଲ ଯାଇ ତାଙ୍କ ମୁଣ୍ଡରେ ବାଜିଥିଲା । ଏହା ମ୍ୟାଚ୍‌ର ସବୁଠୁ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା ।

କାମେରୁନ୍ ଗ୍ରୀନଙ୍କ ପାଇଁ କନକସନ୍ ସବ୍‌ଟିଚ୍ୟୁଟ୍ ଖେଳାଳୀ ଭାବରେ ମାର୍ନସ ଲାବୁଶାନଙ୍କୁ ଅଷ୍ଟ୍ରେଲିଆ ଟିମ୍ ରେ ସାମିଲ କରିଥିଲା ଏବଂ ତାଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲା । ଏହା ସହିତ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ୍ ଧିରେଧିରେ ଖସିବାରେ ଲାଗିଥିଲା ଏବଂ ଲାବୁଶାନ୍ ଆଷ୍ଟନ ଅଗରଙ୍କ ସହିତ ମିଶି ୮ ନମ୍ବର ଉଇକେଟ୍‌ରେ ୧୧୨ ରନ୍‌ର ପାର୍ଟନରସିପ୍ କରିଥିଲେ । ଲାବୁଶାନ୍ ଅପରାଜିତ ୮୦ ରନ୍ ସ୍କୋର୍ କରି ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ବିଜୟ ଆଣି ଦେଇଥିଲେ ।

ଏହା ସହିତ ଘରୋଇ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତାମ୍ବା ବୁଭାମାଙ୍କ ଶତକୀୟ ଇନିଂସ୍ ପାଣିରେ ପଡ଼ିଥିଲା । ବୁଭାମାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଏହି ମ୍ୟାଚ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରି ପାରି ନଥିଲେ ।

Get real time updates directly on you device, subscribe now.