fbpx
BSKY SKY
BSKY SKY

ଚିକେନ୍ ବ୍ରେନ୍ ଖାଇ ୧୧୧ ବର୍ଷ ବଞ୍ଚିଛନ୍ତି ଅଷ୍ଟ୍ରେଲିଆର ଏହି ବ୍ୟକ୍ତି

BSKY

କାନବେରା: ଦୁନିଆର ପ୍ରାୟ ସବୁ ବ୍ୟକ୍ତି ଚାହାନ୍ତି ଯେ ସେମାନେ ବହୁ ବର୍ଷ(୧୦୦ରୁ ଅଧିକ) ଯାଏ ବଞ୍ଚି ରହିବାକୁ ହେଲେ ଶରୀରର ଦୁର୍ବଳତା ତଥା ବିଭିନ୍ନ ରୋଗ କାରଣରୁ ବହୁ ଲୋକ ବା ପ୍ରାୟତଃ ୧୦୦ରୁ ଅଧିକ ବର୍ଷ ଯାଏ ବଞ୍ଚି ରହିପାରନ୍ତି ନାହିଁ । ହେଲେ ଦୁନିଆରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ଏହି ସ୍ୱପ୍ନ ପୁରଣ ହୋଇଛି । ତେବେ ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ଡେକ୍ସର୍ କ୍ରୁଗର୍ ।

ଡେକ୍ସର୍ କ୍ରୁଗର୍ ହେଉଛନ୍ତି ଅଷ୍ଟ୍ରେଲିୟାର ମୁଳବାସିନ୍ଦା । ସେ ୧୧୧ ବର୍ଷ ଯାଏଁ ବଞ୍ଚି ରହିଥିଲେ । ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଯାଇଛି । କିନ୍ତୁ ସେ ୧୧୧ ବର୍ଷ ଯାଏ ବଞ୍ଚି ରହି ରେକର୍ଡ ସୃଷ୍ଟି କରିଛନ୍ତି କହିଲେ ଚଳେ । ତେବେ ସେ ତାଙ୍କ ମୃତ୍ୟୁ ପୂର୍ବରୁ ଲମ୍ବା ଆୟୂଷର କାରଣ କହିଯାଇଛନ୍ତି । ଏକ ସାକ୍ଷାତକାରରେ ସେ ତାଙ୍କ ଲମ୍ବା ଆୟୂଷ ବିଷୟରେ କହିଥିଲେ । ସେ କହିଥିଲେ ଯେ, ଚିକେନ ବ୍ରେନ୍ । କୁକୁଡାର ମୁଣ୍ଡ ଥିବା ତ ଆପଣ ମାନେ ଜାଣିଥିବେ । ଆଉ ସେଥିରେ ଗୋଟିଏ ବ୍ରେନ୍ ଅଛି ଏବଂ ତାହା ଖୁବ୍ ସ୍ୱାଦିଷ୍ଟ । ତାର ମାତ୍ର ଗୋଟିଏ ବାଇଟ୍ ଶରୀର ପାଇଁ ଖୁବ୍ ଉପଯୋଗୀ । ତେବେ କ୍ରୁଗର୍ ଙ୍କ ପୁଅଙ୍କୁ ଏବେ ୭୪ ବର୍ଷ ହୋଇଥିବା ବେଳେ ସେ ତାଙ୍କ ବାପାଙ୍କ ଲମ୍ବାଜୀବନ ବିଷୟରେ କୁହନ୍ତି ।

ତାଙ୍କ ପୂର୍ବରୁ ଆଉ ଜାଣେ ବ୍ୟକ୍ତି ରହିଛନ୍ତି ଯିଏ ୧୧୪ ବର୍ଷ ଯାଏଁ ବଞ୍ଚିରହିଥିଲେ । ତାଙ୍କ ନାଁ ହେଉଛି ଖ୍ରୀଷ୍ଟିନା କୁକ୍ । ୨୦୦୨ ରେ ମୃତ୍ୟୁବରଣ କରିଥିଲା ବେଳେ ସେତେବେଳେ ତାଙ୍କୁ ୧୧୪ ର୍ବେ ୧୪୮ ଦିନ ହୋଇଥିଲା ।

Get real time updates directly on you device, subscribe now.