fbpx

‘ଦଶ୍-ବିସ୍ ରେହନେ ଦୋ’… ଡକାୟତକୁ ଅନୁରୋଧ କଲେ ଦୋକାନୀ, ତାପରେ ଜାଣନ୍ତୁ କଣ ହେଲା…

ନୂଆଦିଲ୍ଲୀ: ଡକାୟତ ପଶିଲା ଦୋକାନରେ । ମନଇଚ୍ଛା ସାମଗ୍ରୀ ପୂରାଇଲା ବ୍ୟାଗ୍ ଭିତରେ । ଏଥିସହ କ୍ୟାଶ୍ କାଉଣ୍ଟର୍ ପାଖକୁ ଯାଇ ଡ୍ରଏରରୁ ଯାହା ଟଙ୍କା ଥିଲା ଭିଡ଼ିନେଲା । ଆଉ ଏତକିବେଳାରେ ଦୋକାନୀ ଜଣଙ୍କ ବଡ଼ ଅନୁନୟ ହୋଇ କହିଲେ- ଦଶ୍-ବିସ୍ ରହିବାକୁ ତ ଦିଅ… ଏଇକଥାରେ ଡକାୟତ ମଧ୍ୟ ସହମତ ହୋଇଗଲା ଓ ସେଠାରୁ ମାରିଲା ଚମ୍ପଟ୍ । ଏହା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନେକରୁଛନ୍ତି କି? ତେବେ ନା, ସତରେ ଘଟିଛି ଏଭଳି ଏକ ଘଟଣା ।

ଏଭଳି ନିଆରା ଘଟଣା ସମ୍ପର୍କିତ ବିଷୟବସ୍ତୁ ସବୁ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବାବେଳେ ସମ୍ପ୍ରତି ସୋସିଆଲ୍ ମିଡିଆରେ ଉକ୍ତ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ପ୍ରଥମେ ମନୋଜ ମେହତା ନାମକ ବ୍ୟକ୍ତି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବାବେଳେ ପରେ ଅନେକ ଉକ୍ତ ଭିଡିଓକୁ ଟ୍ୱିଟରରେ ମଧ୍ୟ ଅପଲୋଡ୍ କରିଛନ୍ତି ।

 

View this post on Instagram

 

A post shared by @notmanoj


ସୂଚନା ଅନୁସାରେ ପ୍ରଥମେ ଡକାୟତ ଜଣକ ଦୋକାନରେ ଧଶେଇ ପଶିଥିଲା ଓ କେତେକ ସାମଗ୍ରୀ ବ୍ୟାଗରେ ପୂରାଇ ତା ସହଯୋଗୀକୁ ଧରାଇ ଦେଇଥିଲା । ସେସବୁ ନେଇ କାରରେ ରଖିବାକୁ ଇଙ୍ଗିତ କରିବା ପରେ କ୍ୟାଶ୍ କାଉଣ୍ଟରରୁ ଟଙ୍କା ଝାମ୍ପି ନେଇଥିଲା । ଏତିକିରେ ତାର ମନ ସନ୍ତୋଷ ହୋଇନଥିଲା ଓ ବଡ଼ ନୋଟ୍ କାହିଁ ବୋଲି ଡକାୟତ ଜଣଙ୍କ ଦୋକାନୀକୁ ପଚାରିଥିଲା । ତେବେ ଦୋକାନୀ କହିଥିଲେ ଯେ କାରବାର ତ ହୋଇନି, ଟଙ୍କା ଆସିବ କୁଆଡୁ? ଏଥିସହ କିଛି ଖୁଚୁରା ଟଙ୍କା ରହିଥାଉ ବୋଲି ଡକାୟତକୁ ସେ ଅନୁରୋଧ କରିଥିଲେ । ଏଥିରେ ମଧ୍ୟ ଡକାୟତ ଜଣଙ୍କ ସମର୍ଥନ ଦେଇଥିଲା ଓ କିଛି ଖୁଚୁରା ଛାଡ଼ିଯାଇଥିବା ଭାଇରାଲ୍ ଭିଡିଓରେ ସ୍ପଷ୍ଟ ହୋଇଛି । ପାକିସ୍ଥାନରେ ଘଟିଥିବା ଏଭଳି ଘଟଣା ସମ୍ପ୍ରତି ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଛି ।

Get real time updates directly on you device, subscribe now.