fbpx

ଅସୁରକୁମାରୀ ଛକରେ ନିକଟରେ ଟ୍ରକ୍‌ ଓ ଅଟୋ ଧକ୍କା, ମହିଳାଙ୍କ ହାତ କଟିଯିବାରୁ ଚାଲିଗଲା ଜୀବନ

ରଣପୁର,(ଭାସ୍କର ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ଥାନା ଅସୁରକୁମାରୀ ଛକରେ ନିକଟରେ ଏକ ଅଟୋ ସହ ଗୋଟିଏ ଟ୍ରକ୍‌ର ଧକ୍କା ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଶରଣକୁଳ ଥାନା ସିଙ୍ଗାରପୁର ଗ୍ରାମର ନିବାସୀ ସ୍ୱାଇଁ (୪୫)।ଘଟଣାସ୍ଥଳ ଟି ହୃଦୟ ବିଦାରକ ଦୃଶ୍ୟଥିଲା । ଗୋଟିଏ ପଟେ ଛିଣ୍ଡି ଯାଇଥିବା ହାତଟି ରାସ୍ତା ଉପରେ ପଡ଼ି ଛଟପଟ ହେଉଥିବାବେଳେ ଅନ୍ୟପଟେ ମତ ମହିଳାଙ୍କ ଶବ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା

ସୂଚନା ମୁତାବିକ, ଶରଣକୁଳ ପଟୁ (ଓଡି-୨୫-ଇ- ୮୨୫୧) ନମ୍ବର ବିଶିଷ୍ଟ ଅଟୋଗାଡି ଟି ବହୁମହିଳାଙ୍କୁ ବସାଇ ରଣପୁର ଆଡକୁ ଆସୁଥିଲା । ରଣପୁର ପଟୁ (ଏପି-୨୭- ୟୁବି-୦୫୯୯) ନମ୍ବର ବିଶିଷ୍ଟ ଟ୍ରକଟି ରଣପୁରପଟୁ ନୟାଗଡକୁ ଯାଉଥିଲା । ଅସୁର କୁମାରୀ ଛକରେ ଅଟୋକୁ ଟ୍ରକ୍‌ଟ ଧକ୍କା ଦେବାରୁ ମହିଳାଙ୍କ ଏକ ହାତ କଟି ଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଅଟୋର ଥିବା ଅନ୍ୟ ମହିଳାମାନେ ଆହାତ ହୋଇ ରଣପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଉଥିବା ବେଳେ ସମସ୍ତଙ୍କ ଅବସ୍ଥା ସ୍ଥିରଥିବା ଜଣାପଡିଛି । ଖବରପାଇ ରଣପୁର ଥାନା ପୋଲିସ ଉପନିରୀକ୍ଷକ ବିନୟ କୁମାର ପରିଡା ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ଶବ ଜବତ କରିବା ସହ ଦୁଘର୍ଟଣା ଘଟାଇଥିବା ଟ୍ରକ ଜବତ ଓ ଟ୍ରକ ଚାଳକ ଇସାକ୍‌କୁ ଗିରଫ କରିଥିବା ଜଣାପଡିଛି । ଟ୍ରକ ଚାଳକ ହେଉଛନ୍ତ ମେଓଟ୍‌ ଜିଲ୍ଲା ପୁନ୍‌ହାନା ଥାନା ନେହଡା ଗ୍ରାମ ଇବ୍ରାହିମ୍‌ଙ୍କ ପୁଅ । ମହିଳାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ଶବ ପରିବାର ବଗଙ୍କୁ  ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.