fbpx

ବର୍ଷାଋତୁରେ ଏପରି ଖାଦ୍ୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ : ନଚେତ୍ ଭୋଗିବେ ସାଙ୍ଘାତିକ ପରିଣାମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓଡିଶା ଭାସ୍କର: ଏହି ବର୍ଷାାଋତୁ ସମୟରେ ଅନେକ ରୋଗ ଏବଂ ସଂକ୍ରମଣ ବ୍ୟାପିଥାଏ । ତେଣୁ, ଏହି ସମୟ ମଧ୍ୟରେ ଆମ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ବିଶେଷକରି ଏହି ଋତୁରେ ଖାଦ୍ୟ ଏବଂ ପାନୀୟକୁ ବୁଦ୍ଧିମାନ ଭାବରେ ବାଛିବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ବର୍ଷା ଦିନରେ ଖାଦ୍ୟପେୟର ବିଶେଷ ଧ୍ୟାନ ଦେବେ ଦରକାର ତେବେ ଆସନ୍ତୁ କେଉଁ ଖାଦ୍ୟ ପ୍ରକାରର ଖାଦ୍ୟଖାଇବା ଉଚିତ ।
ବର୍ଷାଋତୁରେ ଏହି ସବୁ ଖାଦ୍ୟଠାରୁ ଦୂରରେ ରୁହନ୍ତୁ –
୧. ଆମିଷ ଭୋଜନ
ସନାତନ ଧର୍ମରେ ଶ୍ରାବଣ ମାସରେ ଆମିଷ ଖାଇବା ନିଷେଧ । କିନ୍ତୁ ଏହା ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି । ବାସ୍ତବରେ ବର୍ଷା ଋତୁରେ ଫଙ୍ଗଲ୍ ସଂକ୍ରମଣ ବହୁତ ଅଧିକ ହୋଇଥାଏ । ମାଂସ, ମାଛ ଖାଇବା ଦ୍ୱାରା ଶୀଘ୍ର ଫଙ୍ଗଲ୍ ଇନ୍ଫକେସନ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ । ଏହି ଦିନେ ସୂର୍ୟ୍ୟକିରଣ ଅଭାବ ହେତୁ ଜୀବାଣୁ ଶୀଘ୍ର ପ୍ରଜନନ କରନ୍ତି । ଏହି କାରଣରୁ ଇନ୍ଫକେସନ ବହୁତ ଶିଘ୍ର ହୋଇଥାଏ ।

୨.ସବୁଜ ପନିପରିବା
ସବୁଜ ପତ୍ରଯୁକ୍ତ ପନିପରିବାଗୁଡିକ ଏହି ମୌସୁମୀ ସମୟରେ ବିଶେଷ ଭାବରେ ଖାଇବା ଉଚିତ । କାରଣ ସେଥିରେ ଅନେକ ପୁଷ୍ଟିକର ପଦାର୍ଥ ଥାଏ । ବର୍ଷା, ତୁରେ ଆର୍ଦ୍ରତା ସାମାନ୍ୟ ବଢିଥାଏ । ଯାହା ଜୀବାଣୁ ବୃଦ୍ଧିରେ ସାହାଯ୍ୟ କରିଥାଏ । ତେଣୁ ଆପଣ ପତ୍ରଯୁକ୍ତ ପନିପରିବା ଠାରୁ ସାମାନ୍ୟ ଦୂରେଇ ରୁହନ୍ତୁ ।

୩. ଦହି
ଦହି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏହା ମାଧ୍ୟମରେ ହଜମ ପ୍ରକ୍ରିୟା ବଜାୟ ରହିପାରେ, କିନ୍ତୁ ବର୍ଷା ଋତୁରେ ଏହାକୁ ଖାଇବା ଉଚିତ୍ ନୁହେଁ । କାରଣ ଏହା ବହୁତ ଥଣ୍ଡା, ତେଣୁ ଦହି ଖାଇବା ଦ୍ୱାରା ଥଣ୍ଡା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।

୪. କ୍ଷୀର
ବର୍ଷା ଋତୁରେ କୀଟପତଙ୍ଗ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ ଏବଂ ଏହି କାରଣରୁ ଡେଙ୍ଗୁ ଏବଂ ଚିକୁଙ୍ଗୁନିଆ ମଶା ବଢିବାରେ ଲାଗିଲେ ଯେଉଁଥିପାଇଁ କ୍ଷୀର ଦେଉଥିବା ଗୋରୁମାନେ ମଧ୍ୟ ଅସୁସ୍ଥ ହୋଇପଡନ୍ତି । ତେଣୁ ଏହି ଗାଇମାନଙ୍କର କ୍ଷୀର ପିଇ ରୋଗ ହେବାର ଆଶଙ୍କା ବହୁତ ଅଧିକ ରହିଥାଏ ।

Get real time updates directly on you device, subscribe now.