fbpx

ବ୍ରାବୋର୍ଣ୍ଣରେ ଅକ୍ଷର-ଲଳିତଙ୍କ ଲଢୁଆ ବ୍ୟାଟିଂ: ଦିଲ୍ଳୀ କ୍ୟାପିଟାଲ୍ସର ଦମଦାର ବିଜୟ

ନୂଆଦିଲ୍ଳୀ: ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଉଥିବା ଟି-୨୦ ମୁକାବିଲାରେ ଦମଦାର ବିଜୟ ହାସଲ କରିଛି ଦିଲ୍ଳୀ କ୍ୟାପିଟାଲ୍ସ । ୧୭୮ ରନ ଲକ୍ଷ୍ୟର ପିଛା କରୁଥିବା କ୍ୟାପିଟାଲ୍ସ ୬ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ୧୦୪ ରନରେ ଦଳ ୬ ୱିକେଟ ହରଶଇଥିବା ବେଳେ ଅକ୍ଷର ପଟେଲ ଏବଂ ଲଳିତ ଯାଦବଙ୍କ ମଧ୍ୟରେ ୭୫ ରନର ଭାଗିଦାରୀ ହୋଇଥିଲା । ଲଳିତ ଯାଦବ ୪୮ ରନ କରିଥିବା ବେଳେ ଅକ୍ଷର ପଟେଲ ଧୂଆଁଧାର ୩୮ ରନ କରିଥିଲେ । ପ୍ରଥମ ୱିକେଟରେ ପୃଥ୍ୱୀ ଶ(୩୮) ଏବଂ ଟିମ ଶେଫର୍ଟ(୨୧) ୩୦ ରନ ସଂଗ୍ରହ କରିଥିଲେ । ତେବେ ୪ର୍ଥ ଓଭରରେ ଦୁଇଟି ୱିକେଟ ନେଇ ଦିଲ୍ଲୀକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ ମୁରୁଗନ ଅଶ୍ୱିନ୍ । ମଧ୍ୟକ୍ରମରେ ବସିଲ ଥମ୍ପି ୩ଟି ୱିକେଟ ନେବାରୁ ଦିଲ୍ଲୀ ମାତ୍ର ୭୨ ରନରେ ୫ୱିକେଟ ହରାଇଥିଲା । ଲର୍ଡ ଶାର୍ଦ୍ଦୁଲ ଠାକୁର ୧୧ ବଲରେ ୨୨ ରନ କରି ଆଉଟ ହେବା ପରେ ବିଜୟ ସମ୍ଭାବନା ମଧ୍ୟ ମଉଳି ଯାଇଥିଲା । ହେଲେ ଶାର୍ଦ୍ଦୁଲ ୧୭ ବଲରୁ ୩୮(୨ ଚୌକା ଓ ୩ ଛକା) ଏବଂ ଲଳିତ ଯାଦବଙ୍କ ୪୮(୪ ଚୌକା ଓ ୨ ଛକା) କାରଣରୁ ଦଳ ୧୦ଟି ବଲ ପୂର୍ବରୁ ବିଜୟୀ ହୋଇଥିଲା । ବସିଲ ଥମ୍ପି ୩୫ ରନରେ ୩ଟି ଏବଂ ମୁରୁଗନ ଅଶ୍ୱିନ ୧୪ ରନରେ ୨ଟି ୱିକେଟ ନେଇଥିଲେ ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଇଶାନ କିଶନଙ୍କ ଅପରାଜିତ ରନ ବଳରେ ମୁମ୍ବାଇ ରନ କରିଥିଲା । ପ୍ରଥମ ୱିକେଟରେ ରୋହିତ ଶର୍ମା(୪୧) ଓ ଇଶାନ କିଶନ (୮୧) ୬୭ ରନ କରିଥିଲେ । କିଶନ ୪୮ ବଲର ସମ୍ମୁଖୀନ ହୋ ୧୧ଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଅଧିନାୟକ ରୋହିତ ଶର୍ମା ୩୨ ବଲ ଖେଳି ୪ ଚୌକା ଓ ଦୁଇଟି ଛକା ମାରିଥିଲେ । ବରୋଦାର ଏନ୍ ତିଲକ ବର୍ମା ୨୨ ରନ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରି ପାରିନଥିଲେ । କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ୧୮ ରନରେ ୩ଟି ୱିକେଟ ନେଇ ଫର୍ମକୁ ଫେରିଥିଲେ । ଖଲିଲ ଅହମଦ ମଧ୍ୟ ଚମକ୍ରାର ବୋଲିଂ କରି ୨୭ ରନରେ ୨ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.