fbpx

ରୋଟାରାକ୍ଟ ପକ୍ଷରୁ ୪ର୍ଥ ରୋଟା ମାଇକ ସଂସ୍କରଣ ଅନୁଷ୍ଠିତ: ଯୋଗ ଦେଲେ ୬୦ରୁ ଅଧିକ ପ୍ରତିଯୋଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ରୋଟାରାକ୍ଟ କ୍ଲବ ଅଫ ମିଲେନିୟମ ରୟାଲ ଓ ଭୁବନେଶ୍ବରରୟାଲ ମିଳିତ ଆନୁକୁଲ୍ୟରେ ଚଳିତ ୨୬-୨୭ ମାର୍ଚ୍ଚ ଦୁଇ ଦିନ ଧରି “ରୋଟା ମାଇକ” କାର୍ୟ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ଭୁବନେଶ୍ବରର ୟୁନିଟ -୪ ସ୍ଥିତ ଟିଟୋଟାଲରଠାରେ ଆୟୋଜିତ ହେଇଥିବା ରୋଟା ମାଇକର ଚତୁର୍ଥ ସଂସ୍କରଣକୁ କ୍ଲବର ସଭାପତି ଉଦଘାଟନ କରିଥିଲେ ।ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି, ପ୍ରତିଯୋଗୀ ଓ ସ୍ଵେଚ୍ଛାସେବୀମାନଙ୍କୁ ସେସ୍ଵାଗତ କରି ନିଜର ସ୍ଵାଗତ ଅଭିଭାଷଣ ଦେଇଥିଲେ । ଏହି ଅବସରରେ ବିଶ୍ୱବ୍ୟାପୀ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସେବା, ସଦଭାବନା ଓ ଶାନ୍ତି ଆଦି ବିଭିନ୍ନ କ୍ଷେତ୍ରରେ ରୋଟାରାକ୍ଟ କ୍ଲବରନିରନ୍ତର ଭାବରେ କରୁଥିବା କାର୍ୟ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ ।ତା ସହିତରୋଟାରାକ୍ଟକ୍ଲବରଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେନିଜର ଉଦବୋଧନ ଦେବା ସହିତ ଆଗାମୀ ବର୍ଷର କାର୍ୟ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।ତା’ପରେ ଦୀର୍ଘ ବର୍ଷ ଧରି ରୋଟାରାକ୍ଟ ରୋୟାଲକ୍ଲବର ଦ୍ଵାରା ପରିଚାଳିତ ହେଉଥିବା “ପାଠଶାଳା” ପ୍ରଜେକ୍ଟ ଉପରେ ଆଲୋକପାତ କରିଥିଲେ । ଯେଉଁଥିରେ ୪୦ ଜଣରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢି ଉପକୃତ ହେଉଛନ୍ତି ଏବଂ ଏହି କାର୍ୟ୍ୟକ୍ରମ ମଧ୍ୟମରେ ସଂଗ୍ରହ ହୋଇଥିବା ଧନରାଶିକୁ ସେମାନଙ୍କ ପାଠପଢା ନିମନ୍ତେ ବିନିଯୋଗ ହେଉଛି ବୋଲି କ୍ଳବର ସଭାପତି ମତବ୍ୟକ୍ତ କରିଥିଲେ ।ଆଗାମୀ ଦିନରେ ରୋଟା ମାଇକର ପଞ୍ଚମ ସଂସ୍କରଣ ମଧ୍ୟ ଆୟୋଜିତହେବାର ସୂଚନା ଦେଇ ସମସ୍ତଙ୍କୁ ଭାଗ ନେବାକୁ ଅନୁରୋଧ କରିଥିଲେ ।

ଏହି ଦୁଇ ଦିବସୀୟ ରୋଟା ମାଇକକାର୍ୟ୍ୟକ୍ରମରେ କବିତା, କ୍ଷୁଦ୍ର ଗଳ୍ପ, ସାଏରୀ, ଷ୍ଟାଣ୍ଡ ଅଫ କମେଡି ଆଦିରେ କ୍ଷେତ୍ରରେ ରୁଚି ରଖୁଥିବା ୬୦ ରୁ ଅଧିକ ପ୍ରତିଭାବାନ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅନେକ ପ୍ରତିଭାଙ୍କ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଖୋଜି ଲୋକଲୋଚନ ଆଣିବାର ଉଦେଶ୍ୟରେ ନେଇ ଅନୁଷ୍ଠିତକାର୍ୟ୍ୟକ୍ରମସଫଳତାର ସହିତ ସମ୍ପନ୍ନ ହୋଇଛି । ଯେଉଁଥିରେ ପ୍ରତିଯୋଗୀମାନେ ନିଜ ନିଜ ଢଙ୍ଗରେ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଭଳି ଏକ ପ୍ଲାଟଫର୍ମ ମିଳିଥିବାରୁ ପ୍ରତିଯୋଗୀମାନେ ଭାଗ୍ୟଶାଳୀ ମନେ କରିବା ସହିତ କ୍ଲବର ଏହି ପଦକ୍ଷେପକୁ ପ୍ରସଂଶା ମଧ୍ୟ କରିଥିଲେ । ଏଥିରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାଙ୍କୁ ମାନପତ୍ର ଦେଇ ସମ୍ମାନୀତ କରଯାଇଥିଲା ।କ୍ଲବର ସଦସ୍ୟମାନେ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ କାର୍ୟ୍ୟକ୍ରମକୁ ସଫଳ କରିଥିବାରୁ କ୍ଲବ ସେକ୍ରେଟାରୀ ସମସ୍ତଙ୍କୁ କୃତଜ୍ଞତାଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.