Axiom Mission-4 ପୁଣି ହେଲା ସ୍ଥଗିତ, ଶୁଭାଂଶୁ ଶୁକ୍ଳାଙ୍କୁ ଆଜି ସନ୍ଧ୍ୟାରେ ଭରିବାର ଥିଲା ଉଡାଣ

ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ୩ ଜଣଙ୍କୁ ନେଇ ଆଇଏସଏସ ଯିବାକୁ ଥିବା ଏକ୍ସିଓମ-୪ ମିଶନକୁ ସ୍ଥଗିତ ରଖାଯାଇଛି।

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯିବା ସ୍ୱପ୍ନରେ ବ୍ରେକ୍ ଲାଗିଛି। ଶୁଭାଂଶୁ ଏବଂ ଅନ୍ୟ ୩ ଜଣଙ୍କୁ ନେଇ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ଯିବାକୁ ଥିବା ଅକ୍ସିଓମ-୪କୁ ସ୍ଥଗିତ କରିଦିଆଯାଇଛି।

କାରଣ ଇଞ୍ଜିନିୟରମାନେ ସ୍ପେସଏକ୍ସର ଫାଲକନ-୯ ରକେଟରେ ଥିବା ଲିକ୍ ମରାମତି ପାଇଁ ସମୟ ମାଗିଛନ୍ତି। ସ୍ପେସଏକ୍ସ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ, ସେ ପୋଷ୍ଟ-ଷ୍‌ଟାଟିକ ବୁଷ୍ଟର ଯାଞ୍ଚ ସମୟରେ ଚିହ୍ନଟ ହୋଇଥିବା ଲିକ୍‌ଡ ଅକ୍ସିଜେନର ମରାମତି ପାଇଁ ଅକ୍ସିଓମ-୪ ମିଶନର ଫାଲକନ-୯ର ଲଞ୍ଚିଙ୍ଗରୁ ପଛକୁ ହଟୁଛି।

ସ୍ପେସଏକ୍ସ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଥିଲା ଯେ, ପୋଷ୍ଟ ଷ୍ଟାଟିକ ଫାୟାର ବୁଷ୍ଟର ନିରୀକ୍ଷଣ ସମୟରେ ଚିହ୍ନଟ କରାଯାଇଥିବା ଏଲଓଏକ୍ସ ଲିକ୍‌ର ମରାମତି ପାଇଁ ସ୍ପେସଏକ୍ସ ଟିମକୁ ଅଧିକ ସମୟ ଦେବାକୁ ନେଇ Ax-4ର ବୁଧାବର ଫାଲକନ୯ ଲଞ୍ଚିରୁ ପଛକୁ ହଟିଛି।