ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକ ଉତ୍ସବ, ପଚାଶ କ୍ୱିଣ୍ଟାଲ ଫୁଲରେ ସଜାଗଲା ମନ୍ଦିର, ଏହି ସମୟରେ ହେବ ମହାଆରତୀ

ଆଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକ ଉତ୍ସବ । ଗତ ବର୍ଷ ୨୨ ଜାନୁଆରୀରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଏଥର ହିନ୍ଦୁ କ୍ୟାଲେଣ୍ଡର ଆନୁସାରେ ୧୧ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀର ଆୟୋଜନ କରାଯାଉଛି ।

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକୀ । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ଗୋଟିଏ ପଟେ ଯଜ୍ଞ-ହୋମର ବେଦୀ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ରାମମନ୍ଦିରକୁ ପଚାଶ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି ।

ପୂଜା:ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୨ ହଜାର ସନ୍ଥ ଅଯୋଧ୍ୟାରେ ପହଞ୍ଚିବେ । ଆଜି ସକାଳ ୧୦ଟାରେ ରାମଲଲାଙ୍କ ଅଭିଷେକ ଏବଂ ପୂଜାର କାର୍ଯ୍ୟକ୍ରମ ଆରମ୍ଭ ହେବ ।

ସିଏମ ଯୋଗୀ କରିବେ ମହାଆରତୀ: ଆଜି ଅଯୋଧ୍ୟାର ରାମଲଲାଙ୍କ ମନ୍ଦିରରେ ସକାଳ ୧୧ଟାରେ ସିଏମ ଯୋଗୀ ପହଞ୍ଚିବେ । ସେହିପରି ୧୨ଟା ୨୦ ମିନିଟରେ ରାମଲଲାଙ୍କ ମହାଆରତୀ ହେବ । ଏଥିରେ ସିଏମ ଯୋଗୀ ସାମିଲ ହେବେ । ଆଜିର କାର୍ଯ୍ୟକ୍ରମରେ ୧୧୦ ଭିଆଇପି ଗେଷ୍ଟ ଅଯୋଧ୍ୟାକୁ ଆସୁଛନ୍ତି । ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

କାହିଁକି ପାଳନ କରାଗଲା ଆଜି: ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ଉତ୍ସବରେ ଅଯୋଧ୍ୟା ପୁଣିଥରେ ସାଜ-ସଜାରେ ପ୍ରସ୍ତୁତ ହୋଇଯାଇଛି ସତ ବର୍ଷ ୨୨ ଜାନୁଆରୀରେ କୁର୍ମ ଦ୍ୱାଦଶୀ ଦିନ ରାମଲଲା ନିଜ ଭବ୍ୟ ମନ୍ଦିରରେ ବିରାଜମାନ କରିଥିଲେ । ହେଲେ ଚଳିତ ବର୍ଷ ଏହି ତିଥି ଆଜି ଅର୍ଥାତ ୧୧ ଜାନୁଆରୀରେ ପଡିଛି ।

ଏହି କାରଣ ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ହିନ୍ଦୁ କ୍ୟାଲେଣ୍ଡର ମୁତାବକ ଆଜି ରାମଲଲାଙ୍କ ପ୍ରାଣପ୍ରତିଷ୍ଠାର ଉତ୍ସବ ପାଳିବା ପାଇଁ ନିଷ୍ପତ୍ତି ନେଇଛି ।