fbpx

ଜାନୁଆରୀ ୨୦୨୪ ରେ ହେବ ରାମ ମନ୍ଦିରର ଭବ୍ୟ ଉଦଘାଟନ, ଜନସାଧାରଣଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟନାଥ

Advertisement

ନୂଆଦିଲ୍ଲୀ: ଅଯୋଦ୍ଧ୍ୟାରେ ନିର୍ମାଣଧିନ ଶ୍ରୀ ରାମ ମନ୍ଦିର କାର୍ଯ୍ୟ ଏବେ ଆକାର ନେଉଛି । ଏବେଠାରୁ ଉତ୍ତର ପ୍ରଦେଶ ଯୋଗୀ ସରକାର ଏହାର ଉଦଘାଟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ବର୍ଷ ଜାନୁଆରୀରେ ରାମ ଲାଲା ବିରାଜମାନ କରିବେ । ଉତ୍ତର ପ୍ରଦେଶ ସରକାର ଏହାର ଭବ୍ୟ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଏହି ଲକ୍ଷ୍ୟରେ ଏବେ ଅଯୋଦ୍ଦ୍ୟାର ଏୟାରପୋର୍ଟ, ରେଲୱେ ଷ୍ଟେସନର ବିସ୍ତାର ସହିତ ଅନ୍ୟାନ୍ୟ ମୌଳିକ ସୁବିଧାମାନ କରିବା ପାଇଁ ତିବ୍ର ଗତିରେ କାର୍ଯ୍ୟ ଚାଲିଛି ।

ଏଲ ବୟାନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିରର ଭବ୍ୟ ଉଦଘାଟନରେ ଯୋଗ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ରାମଜାନକି ପଥ ଏବଂ ଭକ୍ତିପଥର ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି । ଏଠାକୁ ଆସିବାକୁ ଥିବା ଭକ୍ତଙ୍କ ସଂଖ୍ୟାକୁ ଅନୁମାନ କରି ଏଠାରେ ଏୟାରପୋର୍ଟ ଏବଂ ରେଲବେ ଷ୍ଟେସନ୍ ମଧ୍ୟ ବିସ୍ତାର କରାଯାଉଛି ।

ରାମ ଜନ୍ମଭୂମି ପଥର ମୋଟେଇ ୩୦ ମିଟର ଥିବାବେଳେ ଭକ୍ତ ପଥ ୧୪ ମିଟର ହେବ ବୋଲି ବିବୃତ୍ତିରେ କୁହାଯାଇଛି। ଅଯୋଧ୍ୟା ଦୋକାନୀମାନଙ୍କ ସହଯୋଗକୁ ମଧ୍ୟ ଆଲୋକିତ କରାଯାଇଛି, ଯେଉଁମାନେ ମହାନ ମନ୍ଦିର ନିର୍ମାଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ପାଇଁ ସ୍ବେଚ୍ଛାକୃତ ଭାବରେ ସେମାନଙ୍କ ଦୋକାନ ଘର ଯୋଗାଇ ଦେଇଥିଲେ। ସରକାରଙ୍କ କ୍ଷତିପୂରଣ ବଣ୍ଟନ ପ୍ରକ୍ରିୟା କୌଣସି ଅନିୟମିତତା ନକରି ଚାଲିଥିବାର ଜଣାଯାଇଛି ଏବଂ ପ୍ରକଳ୍ପ ପ୍ରଭାବିତ ଲୋକଙ୍କୁ ନୂତନ ବିକଶିତ କମ୍ପ୍ଲେକ୍ସଗୁଡ଼ିକରେ ଦୋକାନ ବଣ୍ଟନ କରାଯାଇଛି। ଏଥିସହ, ବିବୃତ୍ତି ଅନୁଯାୟୀ, ସମ୍ପତ୍ତି ମାଲିକଙ୍କ ସହଯୋଗରେ ଅନେକ ଦୋକାନୀଙ୍କୁ ସେମାନଙ୍କର ମୂଳ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଇଥିଲା।

୨୦୨୫ ସୁଦ୍ଧା ସମଗ୍ର ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବ। କିନ୍ତୁ ଜାନୁଆରୀ ୨୪ ରେ ରାମ ଲାଲା ମନ୍ଦିରରେ ଅବସ୍ଥାନ କରିବେ। ଏଥି ସହିତ, ଡିସେମ୍ବର ୨୦୨୩ ସୁଦ୍ଧା ମନ୍ଦିରର ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ମଧ୍ୟ ଶେଷ ହେବ। ବର୍ତ୍ତମାନ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ୮୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇଛି। ପ୍ରାୟ ୧୬୦ ଟି ସ୍ତମ୍ଭ ସ୍ଥାପନ କରାଯାଇଛି। ଯେଉଁ ଗର୍ଭରେ ରାମ ଲାଲା ରହିବେ ସେହି ଗର୍ଭର କାର୍ଯ୍ୟ ମଧ୍ୟ ୯୦ ପ୍ରତିଶତ ଶେଷ ହୋଇଛି। ସମସ୍ତ ପାଞ୍ଚଟି ପାଭିଲିୟନ ମଧ୍ୟ ପ୍ରାୟ ପ୍ରସ୍ତୁତ ହୋଇସାରିଛି।

Get real time updates directly on you device, subscribe now.