fbpx
BSKY SKY
BSKY SKY

ଅଯୋଧ୍ୟାରେ ଡୋମିନୋଜର ସଫଳତା ପରେ ଏବେ ଖୋଲିବ KFC, କିନ୍ତୁ ମାନିବାକୁ ପଡିବ କଡା ସର୍ତ୍ତ

BSKY

ଅଯୋଧ୍ୟା: ଭଗବାନ ରାମଙ୍କ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାରେ ପର୍ଯ୍ୟଟକଙ୍କ ଆଗମନ ବହୁ ମାତ୍ରାରେ ବଢିବାରେ ଲାଗିଛି । ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ ପାଇଁ ଆସୁଛନ୍ତି । ଏପରି ସ୍ଥିତିରେ ଅଯୋଧ୍ୟାରେ ବିଭିନ୍ନ ଫୁଡ୍ କମ୍ପାନୀ ସେମାନଙ୍କ ଆଉଟଲେଟ୍ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେବେ ଅଯୋଧ୍ୟାରେ ଡୋମିନୋଜର ସଫଳତା ପରେ ଏବେ ଆମେରିକା ସ୍ଥିତ କେଣ୍ଟୁକୀ ଫ୍ରାଏଡ୍ ଚିକେନ୍‌(କେଏଫସି) ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଏହା ଯଦି କେବଳ ଶାକାହାରୀ ଖାଦ୍ୟ ବିକ୍ରି କରିବ ତେବେ ତାକୁ ଏଠାରେ ବିଜନେସ୍ କରିବାକୁ ସୁଯୋଗ ଦିଆଯିବ ।

ଅଯୋଧ୍ୟାର ଜଣେ ସରକାରୀ ଅଧିକାରୀ କହିଛନ୍ତି କେଏଫସି ଅଯୋଧ୍ୟା ଲକ୍ଷ୍ନୌ ରାଜମାର୍ଗରେ ନିଜର ଆଉଟଲେଟ୍ ପ୍ରସ୍ତୁତ କରିଛି । କିନ୍ତୁ ଆମେ ଅଯୋଧ୍ୟାରେ ମାଂସହାରୀ ଖାଦ୍ୟପଦାର୍ଥର ବିକ୍ରୀକୁ ଅନୁମତି ଦେଇପାରିବୁ ନାହିଁ । ଯଦି କେଏଫସି କେବଳ ଶାକାହାରୀ ଖାଦ୍ୟପଦାର୍ଥ ବିକ୍ରୀ କରିବାକୁ ନିଷ୍ପତ୍ତି ନେବ ତେବେ ତାକୁ ଅନୁମତି ଦିଆଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ଅଯୋଧ୍ୟାରେ ପଞ୍ଚକୋଶୀ ମାର୍ଗ ମଧ୍ୟରେ ମାଂସ କି ମଦ ବିକ୍ରି ଉପରେ ପ୍ରତିବନ୍ଧ ଲାଗିଛି । ଏହି ମାର୍ଗରେ ପଞ୍ଚକୋଶୀ ପରିକ୍ରମା ସାମିଲ ରହିଛି ଯାହା ଅଯୋଧ୍ୟାର ଚାରିପଟେ ପ୍ରାୟ ୧୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି । ଅଧିକାରୀ କହିଛନ୍ତି ଆମ ପାଖକୁ ବଡ ବଡ ଫୁଡ୍ କମ୍ପାନୀ ଠାରୁ ପ୍ରସ୍ତାବ ଆସୁଛି । ଆମେ ସେମାନଙ୍କୁ ସ୍ୱୀକାର କରିବୁ କିନ୍ତୁ ଆମର ସର୍ତ୍ତ ରହିଛି ପଞ୍ଚକୋଶୀ ଭିତରେ କେହି ମାଂସାହାରୀ ଖାଦ୍ୟ ପରସିବେ ନାହିଁ ।

ରାଜ୍ୟ ସରକାରଙ୍କ ଅନୁମାନ ରହିଛି କି ଏପ୍ରିଲ ୧୭ରେ ରାମ ନବମୀ ଥିବାରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗୋଟିଏ ସପ୍ତାହରେ ୧୦ରୁ ୧୨ ଲକ୍ଷରେ ପହଞ୍ଚିବ । ରାଜ୍ୟ ପର୍ଯ୍ୟଟନ ବିଭାଗ ଅଯୋଧ୍ୟା ଲାଗି ୨୦୨୦କୋଟିରୁ ଅଧିକ ମୂଲ୍ୟର ପରିଯୋଜନା ଆରମ୍ଭ କରିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ।

Get real time updates directly on you device, subscribe now.