କରୋନାର ତୃତୀୟ ଲହରରେ ସଂକ୍ରମଣରୁ କିପରି ଶିଶୁଙ୍କୁ ରକ୍ଷା କରିବେ? ଜାଣନ୍ତୁ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନାର ସମ୍ଭାବିତ ତୃତୀୟ ଲହରରେ ଶିଶଙ୍କୁପାଇଁ ଅଧିକ ବିପଦ ଥିବା ବିଶେଷଜ୍ଞମାନେ କହିଛନ୍ତି । ଏଥିରୁ ଶିଶୁମାନଙ୍କୁ ରକ୍ଷା କରିବାକୁ ଆୟୁଷ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି । କରୋନାର ତୃତୀୟ ଲହର ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଆସିପାରେ । ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ୍ ମୁତାବକ, ଆୟୁର୍ବେଦିକ ଓ ପ୍ରାକୃତିକ ଉପାୟ ସହିତ ମାସ୍କ ପିନ୍ଧିବା, ଯୋଗ କରିବା, ରୋଗର ପାଞ୍ଚଟି ଲକ୍ଷଣ ଚିହ୍ନଟ କରିବା, ଡାକ୍ତରଙ୍କ ସହ ପରାମର୍ଶ କରିବା ସହିତ ପିତାମାତାଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି ।

ଆୟୁଷ ମନ୍ତ୍ରଣାଳୟର ଗାଇଡଲାଇନ୍ ମୁତାବକ….
– କରୋନାକୁ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ମାସ୍କ ପିନ୍ଧିବା, ସମୟ ସମୟରେ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା । ପିଲାମାନେ ଏହାକୁ ବ୍ୟବହାର କରିବା ଜରୁରୀ । ଏଥିପାଇଁ ପିତାମାତାଙ୍କ ଦାୟିତ୍ୱ ହେଉଛି କି ସେମାନେ ନିଜ ପିଲାକୁ ଏହି ଦିଗରେ ଅବଗତ କରାନ୍ତୁ ।

-ଏହା ବ୍ୟତୀତ ୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କିନ୍ତୁ ୨ ରୁ ୫ ବର୍ଷର ପିଲାମାନେ ଇଛା ହେଲେ ମାସ୍କ ପିନ୍ଧନ୍ତୁ ନଚେତ୍ ପିତାମାତାମାନେ ଶିଶୁର ଯତ୍ନ ନିଅନ୍ତୁ ।

– ପିଲାମାନଙ୍କୁ ଯଥାସମ୍ଭବ ଘରେ ରଖନ୍ତୁ ଓ ବାହାରକୁ ନଛାଡିବାକୁ ଚେଷ୍ଟା କରନ୍ତୁ । ପିତାମାତାମାନେ ଚାହିଁଲେ ବନ୍ଧୁ ଓ ଦୂର ସମ୍ପର୍କୀୟମାନଙ୍କ ସହ ଭିଡିଓ ଓ ଫୋନ୍ କଲ ମାଧ୍ୟମରେ ପିଲାଙ୍କର କଥା କରାଇପାରିବେ ।

– ଯଦି କୌଣସି ଶିଶୁ ଭିତରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଦିଏ, ତେବେ ସେମାନଙ୍କୁ ବୃଦ୍ଧଙ୍କଠାରୁ ଦୂରରେ ରଖନ୍ତୁ ।
ଏହି ଲକ୍ଷଣରୁ ଜାଣନ୍ତୁ କରୋନା ସଂକ୍ରମଣ

-ଯଦି ପିଲାଟି ଚାରି-ପାଞ୍ଚ ଦିନରୁ ଅଧିକ ଜ୍ୱର ହୁଏ । ଶିଶୁ ଖାଦ୍ୟର ପରିମାଣ ହ୍ରାସ କରେ । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ, ଅମ୍ଳଜାନ ସ୍ତର ୯୫ ପ୍ରତିଶତରୁ କମ୍ ହୁଏ । ଯଦି ଏଥିରୁ ଗୋଟିଏ ବି ଲକ୍ଷଣ ଶିଶୁଠାରେ ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

କିପରି କରିବେ ଉପଚାର

-ଯଦି ପିଲାମାନଙ୍କଠାରେ ସଂକ୍ରମଣ ଦେଖାଯାଏ, ତେବେ ଉଷୁମ ପାଣି ପିଇବାକୁ ଦିଅନ୍ତୁ ।

-୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ସକାଳେ ଓ ରାତିରେ ଶୋଇବା ପୂର୍ବରୁ ବ୍ରଶ୍ କରାନ୍ତୁ ।

-୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ତେଲ ମସାଜ ଏବଂ ଉଷୁମ ପାଣିରେ କୁଳୁକୁଳି କରିବା ଉଚିତ୍ ।

-୫ ବର୍ଷରୁ ଅଧିକ ପିଲାମାନଙ୍କୁ ତେଲ ମସାଜ, ପ୍ରାଣାୟାମ, ଧ୍ୟାନ ଏବଂ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ ପାଇଁ ଉତ୍ସାହିତ କରିବା ଉଚିତ ।

-ଏହା ବ୍ୟତୀତ ଆୟୁର୍ବେଦିକ ଉପାୟରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପାଇଁ କଦଳୀ କ୍ଷୀର, ଚାୱାନପ୍ରାଶ ଓ ପ୍ରାକୃତିକ ଜଡିବୁଟି ବା କାଢା ଦେବା ଉଚିତ୍ ।