ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ସୂଚନା; ଓଡିଶାରେ ଏହି ଦିନ ଲାଗୁ ହେବ ଆୟୁଷ୍ମାନ ଭାରତ, ଉପକୃତ ହେବେ ସାଢେ 3 କୋଟି

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷରେ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଓଡିଶାରେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଭାରତ ଲାଗୁ ହେବା ନେଇ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମୋହନ ସରକାର ଓଡିଶାରେ ଲାଗୁ କରିବା ନେଇ ଘୋଷଣା କରିଥିବା ବେଳେ ଏନେଇ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଏନେଇ ମୁକେଶ ମହାଲିଙ୍ଗ କହିଛନ୍ତି, “ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ଗୋଟିଏ କାର୍ଡ ହେବ । ଉଭୟ ଯୋଜନା ପାଇଁ ଦୁଇଟି କାର୍ଡ ପରିବର୍ତ୍ତେ ଗୋଟିଏ କାର୍ଡ ରହିବ । ଆକଳନ କରାଯାଇଛି ଯେ, ଏହି ଯୋଜନାରେ ସାଢେ 3 କୋଟି ଲୋକ ଯୋଡି ହେବେ । ଆୟୁଷ୍ନାନ ଭାରତ ଭଳି ରାଜ୍ୟରେ 70 ବର୍ଷରୁ ଅଧିକ ବୃଦ୍ଧବୃଦ୍ଧା ଏହାର ସୁବିଧା ପାଇବେ । ରାସନକାର୍ଡର ଇ-କେଓ୍ବାସି ଚାଲୁଥିବା ବେଳେ ସରିବା ପରେ ସଠିକ ସଂଖ୍ୟା ଜଣାପଡିବ । ବିଏସକେଓ୍ବାଇ ଯୋଦନାରେ ମାତେର 957 ହସ୍ପିଟାଲରେ ସୁବିଧା ମିଳୁଥିଲା । କିନ୍ତୁ ଏଥିରେ 27 ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ସୁବିଧା ମିଳିବ । ” ତେବେ ଓଡିଶାରେ ବିଜେଡି ସରକାର ଆସିବା ପରେ ବହୁ ଚର୍ଚ୍ଚିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରାଯାଇଥିଲା  । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପରିବର୍ତ୍ତେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଯାଇଛି ।

Get real time updates directly on you device, subscribe now.