ଭୁବନେଶ୍ବର: ଆୟୁଷ୍ମାନ ଭାରତ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ସୂଚନା । ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ହିଁ ଏହି ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ରହିଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନା ସହିତ ଏମଓୟୁ ହେବ । ଏହି ଯୋଜନା ଅଧିନରେ ସାଢେ 3 କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ଏହି ସୁବିଧା ମିଳିବ । 27 ହଜାର ହସ୍ପିଟାଲରେ ଏହି ଯୋଜନା ଅଧିନରେ ଚିକିତ୍ସା ହେବ । ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।
ଆୟୁଷ୍ମାନ ଭାରତ କେବେ ଓଡିଶାରେ ଲାଗୁ ହେବ ସେନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ଏନେଇ ବଡ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପୂର୍ବରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ବାଦ ଦେଇ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଥିଲେ । ତେବେ ଭାରତରେ ଆୟୁଷ୍ମାନ ଭାରତ କେନ୍ଦ୍ର ସରକାର ଜାରି କରିଥିବା ବେଳେ ରାଜ୍ୟବାସୀଙ୍କୁ ଏହାର ଫାଇଦା ଲାଗୁ କରିବା ପାଇଁ ମୋହନ ସରକାର ଚେଷ୍ଟା ଜାରି ରଖିଥିଲେ । ବର୍ତ୍ତମାନ ଏନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ପ୍ରବାସୀ ଓଡିଆମାନେ ସ୍ବାସ୍ଥ୍ୟ ଭିତ୍ତିକ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବର୍ତ୍ତମାନ ସେମାନେ ଉପକୃତ ହେବେ ବୋଲି କୁହାଯାଇଛି ।