Breaking: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ

ମୁକେଶ ମହାଲିଙ୍ଗଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଭାରତ ।

ଭୁବନେଶ୍ବର: ପରିବର୍ତ୍ତନ ହେଲା ଆୟୁଷ୍ମାନ ଭାରତ ଲାଗୁ ହେବାର ସମୟ । ଜାନୁଆରୀ ନୁହେଁ ବରଂ ଫେବୃଆରୀ ମାସରେ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ । କ୍ୟାବିନେଟ ପାରିତ ହେଲା ପରେ ଏମ୍‌ଓୟୁ ସ୍ବାକ୍ଷର କରାଯିବ । ଏହାପରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ।

ଫେବ୍ରୁଆରୀରେ ଲାଗୁ ହେବା ନେଇ ଯୋଜନା ରହିଥିବା କଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆସନ୍ତା ୧୩ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU ସ୍ବାକ୍ଷରିତ ହେବ । କାର୍ଡ ପ୍ରିଣ୍ଟ ହୋଇ ବଣ୍ଟନ ପରେ ଫେବ୍ରୁଆରୀରୁ ଲାଗୁ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।