ବାବର ଆଜମ ଓ ଶାହିନ ଶାହ ଦଳରେ ନାହାନ୍ତି, କିନ୍ତୁ ପାକିସ୍ତାନର ବିଜୟ ଉପରେ ଦେଲେ ଏପରି ମନ୍ତବ୍ୟ

ନୂଆଦିଲ୍ଲୀ: ମୁଲତାନରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୫୨ ରନରେ ପରାସ୍ତ କରିଛି । ଏବେ ବାବର ଆଜମ ଓ ଶାହିନ ଶାହ ଆଫ୍ରିଦି ଏହି ବିଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଇନିଂସ ଓ ୪୭ ରନ୍ ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲା । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପାକିସ୍ତାନ ଦଳ ବାବର ଆଜମ ଓ ଶାହିନ ଶାହ ଆଫ୍ରିଦିଙ୍କ ବିନା ଓହ୍ଲାଇଥିଲା ।

ପ୍ରଥମ ମ୍ୟାଚ୍ ରେ ଉଭୟ ଖେଳାଳିଙ୍କ ପ୍ରଦର୍ଶନ ଫିକା ପଡ଼ିଥିଲା । ବାବର ଆଜମ ପ୍ରଥମ ଇନିଂସରେ ୩୦ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୫ ରନ୍ କରିଥିଲେ । ସେହିପରି ଶାହିନ ଶାହ ଆଫ୍ରିଦି ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ପାକିସ୍ତାନର ବିଜୟ ପରେ ବାବର ଆଜମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଭଲ ଦଳ, ମହାନ ବିଜୟ। ଦଳର ପ୍ରୟାସ ଓ ମନୋବଳ ପାଇଁ ଗର୍ବିତ ।

ଏହି ବିଜୟ ପରେ ଶାହିନ ଶାହ ଆଫ୍ରିଦି ଲେଖିଛନ୍ତି, ‘ଘରୋଇ ମାଟିରେ ବଡ଼ ବିଜୟ! ପାକିସ୍ତାନକୁ ଅଭିନନ୍ଦନ । ନୋମନ ଅଲ୍ଲୀ ଏବଂ ସାଜିଦ୍ ଖାନ୍ ଚମତ୍କାର ଥିଲେ । ଏହା ସହ କାମରାନ ଗୁଲାମଙ୍କ ପାଇଁ ଏହା ଏକ ସ୍ୱପ୍ନ ଭଳି ଡେବ୍ୟୁ ଥିଲା । ସଲମାନ ଅଲ୍ଲୀ ଆଗାଙ୍କ ମଧ୍ୟ ବଡ଼ ଅବଦାନ ଥିଲା । ଏମିତି ଖେଳିବା ଜାରି ରଖନ୍ତୁ। ଇନଶାଲ୍ଲାହ!” ଘରୋଇ ପଡ଼ିଆରେ ପାକିସ୍ତାନ ୧୧ଟି ଟେଷ୍ଟ୍ ମ୍ୟାଚ୍ ଜିତିଛି ।

Get real time updates directly on you device, subscribe now.