fbpx

(Video) ଚେନ୍ନାଇରୁ ଫେରିଲା ଫିଲ୍ମ ‘ଦମନ’ ଟିମ୍: କିନ୍ତୁ ନାହାନ୍ତି ‘ବାବୁସାନ୍’, ରାତି ୧୦ଟାରେ ହୋଟେଲ ଛାଡ଼ିଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ତାଙ୍କ ପତ୍ନୀଙ୍କ କଳହକୁ ନେଇ ଏବେ ଚର୍ଚ୍ଚାର ଜୋର ଧରିଛି । ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଫିଲ୍ମ ପ୍ରମୋସନ ଓ ଉକ୍ରଳ ଆସୋସିଏସନ ଫର ମାଡ୍ରାସ ପକ୍ଷରୁ ଆୟୋଜିତ ଉତ୍କଳ ଦିବସ ସେଲିବ୍ରେସନରେ ଯୋଗଦେବାକୁ ଯାଇଥିବା ବାବୁସାନଙ୍କର ପତ୍ତା ମିଳୁନି । ଚେନ୍ନାଇରୁ ‘ଦମନ’ ଫିଲ୍ମର ଟିମ୍ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରେ ନାହାନ୍ତି ବାବୁସାନ୍ । ଗୋଟିଏ ପଟେ ପ୍ରକୃତି ମିଳିସାରିଥିବା ବେଳେ ବାବୁ କୁଆଡେଁ ଗଲେ ବୋଲି ସମସ୍ତ ମନରେ ପଶ୍ନ ଉଠୁଛି ।

ତେବେ ୨୪ ତାରିଖ ରାତି ୧୦ଟାରେ ବାବୁସାନ୍ ହୋଟେଲ ଛାଡ଼ିଥିବା ଟିମ ପକ୍ଷରୁ ସୂଚନା ମିଳିଛି । ଫେରିବା ପାଇଁ ଟିକେଟ୍ ହୋଇଥିଲା, କିନ୍ତୁ ବାବୁସାନ୍ ଆସିନଥିବା କୁହାଯାଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ପୁଣି ଜୋର ଧରିଛି ।

ଏହା ସହ ‘ଦମନ’ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ, ‘ଓଡ଼ିଶାରେ ଘଟିଥିବା ଘଟଣାକୁ ନେଇ ବାବୁସାନ୍ ବହୁତ ଅନ୍ୟମନସ୍କ ଥିଲେ । ଏପରିକି ଷ୍ଟେଜ ଉପରକୁ ଯିବା ଅବସ୍ଥାରେ ନଥିଲେ । ଏଣୁ ତାଙ୍କୁ ଦମନ ଟିମର ପ୍ରଯୋଜକ ସୌଜନତା ଦୃଷ୍ଟିରୁ ମନା କରିଦେଇଥିଲେ । ଅବଶ୍ୟ ବାବୁସାନ୍ ଏହି ପ୍ରମୋସନରେ ଯୋଗଦେଇନଥିବା ଏକ ଭିଡିଓ ଜାରି କରି କହିଥିଲେ ।

ଅନ୍ୟପଟେ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା କହିଛନ୍ତି ଯେ, ଫିଲ୍ମର ପ୍ରମୋସନ ସାରି ଦମନ ଟିମ୍ ବାବୁସାନଙ୍କ ପାଖକୁ ଗଲାବେଳକୁ ସେ ଆଉ ହୋଟେଲରେ ନଥିଲେ । ରିସେପସନରେ ଜଣାପଡିଥିଲା କି, ବାବୁସାନ ରାତି ୧୦ଟାରୁ ଚେକ୍ ଆଉଟ୍ ସାରି ବାହାରି ଯାଇଥିଲେ । ଅନ୍ୟପଟେ ଭୁବନେଶ୍ୱର ଖାରବେଳ ନଗର ପୋଲିସ ବାବୁସାନଙ୍କୁ ହାଜର ପାଇଁ ନୋଟିସ୍ ପଠାଇଛି, ଯାହାକୁ ୩ ଦିନ ବିତିଯାଇଥିବା ବେଳେ ବାବୁସାନଙ୍କର ପତ୍ତା ମିଳୁନି । ସେ କେଉଁଠି ଅଛନ୍ତି ଓ କାହିଁକି ଭୁବନେଶ୍ୱର ଆସୁନାହାନ୍ତି, ସେନେଇ ଚର୍ଚ୍ଚା ଲାଗି ରହିଛି ।

Get real time updates directly on you device, subscribe now.