fbpx

ଏ କେମିତିକି ନିର୍ଦ୍ଧୟତା: ଗଛ ସହ ନେଇଗଲେ ବସା କରିଥିବା ପକ୍ଷୀଙ୍କ ଜୀବନ…

ମଣିଷ ନିଜର ସୁବିଧା ପାଇଁ ଆଜିକା ସମୟରେ କିଛି ବି କରିବାକୁ ପ୍ରସ୍ତୁତ । ରହିବା ପାଇଁ ଅଟ୍ଟାଳିକା ହେଉ କିମ୍ବା ରାସ୍ତା ନିର୍ମାଣ । ନିଜର ସୁବିଧା ପାଇଁ ଗଛକାଟି ଚାଲିଛି ମନୁଷ୍ୟ । ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାର ହୃଦୟବିଦାରକ ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ବ୍ୟାକୁଳ ହୋଇଉଠିବେ । କାରଣ ଏହି ଭିଡିଓରେ ଦେଖାଯାଉଛି ଯେ କିଭଳି ଗୋଟିଏ ଗଛକୁ କାଟିବା ଦ୍ୱାରା ଗଛରେ ବସା ବାନ୍ଧିଥିବା ଅନେକ ଚଢ଼େଇଙ୍କ ମୃତ୍ୟୁ ହେଉଛି ।

କେରଳ ମାଲାପୁରମର ଏକ ଭିଡିଓକୁ ଆଇଏଫଏସ ପରବୀନ କଶୱାନ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ ଏକ ବିରାଟକାୟ ଗଛକୁ ଏକ ଜେସିବି ସାହାଯ୍ୟରେ ନଷ୍ଟ କରାଯାଉଛି  । ଆଉ ଏହି ସମୟରେ ଏହି ଗଛରେ ଥିବା ଅନେକ ପକ୍ଷୀଙ୍କ ମୃତ୍ୟୁ ହେଉଛି । ଯାହା ଦେଖିବାକୁ ଅତ୍ୟନ୍ତ ଭାବବିହ୍ୱଳ । ଦେଖନ୍ତୁ ଭାଇରଲ ଭିଡିଓ…

(ଏହି ଭିଡ଼ିଓ ଆପଣଙ୍କୁ ବିଚଳିତ କରିପାରେ….)

ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ତୀବ୍ର ପ୍ରତ୍ରିକିୟା ରଖିଛନ୍ତି । ତେବେ କେରଳ ଫରେଷ୍ଟ ଡିପାର୍ଟମେଣ୍ଟ ଏହି ମାମଲାରେ ୱାଇଲ୍ଡଲାଇଫ୍ ପ୍ରୋଟେକ୍ସନ ଆକ୍ଟ ରେ ଏକ ମାମଲା ରୁଜୁ କରିଛି । ରିପୋର୍ଟ ଅନୂଯାୟୀ , ଏହି ଗଛକୁ ବିନା ଅନୁମତିରେ କଟାଯାଇଥିଲା । ପରେ ଜେସିବି ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି ।

Get real time updates directly on you device, subscribe now.