fbpx

(Video) ମନ୍ଦିର ପ୍ରସାଦରୁ ବାହାରୁଛି ମୂଷା ଛୁଆ: ତିରୁପତି ପରେ ସିଦ୍ଧିବିନାୟକ ମନ୍ଦିରକୁ ନେଇ ବିବାଦ…

ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିରର ଲଡୁରେ ପଶୁଙ୍କ ଚର୍ବି ମିଳିବା ମାମଲାକୁ ନେଇ ବର୍ତ୍ତମାନ ସାରା ଭାରତରେ ଚର୍ଚ୍ଚା ହେଉଛି । ଏହି ମାମଲା ଜୋର ଧରିଥିବା ବେଳେ ବର୍ତ୍ତମାନ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ପ୍ରସିଦ୍ଧ ଏହି ମନ୍ଦିରର ପ୍ରସାଦରେ ମିଳିଛି ମୂଷା ଛୁଆ । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରସାଦରେ ଏଭଳି ସବୁ ଜିନିଷ ମିଳିବା ହିନ୍ଦୁ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ୱାସକୁ ନେଇ ଖେଳୁଥିବା କୁହାଯାଇଛି ।

ସୂଚନା ଅନୁସାରେ, ମୁମ୍ବାଇର ପ୍ରଭାଦେବୀରେ ଅବସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିର ପ୍ରତି ଲୋକଙ୍କର ଖୁବ ଆସ୍ଥା ରହିଛି । ଏହି ମନ୍ଦିରରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ ପୂଜା ପାଇଥାନ୍ତି । କିନ୍ତୁ ଏହି ମନ୍ଦିରର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି । ଯାହାକୁ ନେଇ ମନ୍ଦିର ପ୍ରଶାସନ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନ୍ଦିରର ପ୍ରସାଦରେ ମୂଷା ଛୁଆ ମିଳିଥିବା ମାମଲା ଚର୍ଚ୍ଚାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓର ଏକ ଟ୍ରେ’ରେ ସିଲ୍ ପ୍ୟାକ ହୋଇଥିବା ଏକ ଲେଡଲ ରହିଛି । କିନ୍ତୁ ଗୋଟିଏ ପ୍ୟାକେଟରେ ଏକ ମୂଷା ଛୁଆ ଥିବା ଦେଖିବାକୁ ମିଳିଛି । ଏହି ପ୍ରସାଦ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରର ବୋଲି ଦାବି ହେଉଛି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ କଡ଼ା ଆକ୍ସନ ପାଇଁ ଦୀବି କରାଯାଉଛି ।

ସୂଚନା ଅନୁସାରେ, ସିଦ୍ଧିବିନାୟକ ମନ୍ଦିରର ପ୍ରସାରୁ ମିଳିଥିବା ଏହି ପ୍ରସାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧି ବିନାୟକ ଗଣପତି ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ତଥା ବିଧାୟକ ସଦା ସରବଣକର । ଭିଡିଓରେ ହୋଇଥିବ ସିଦ୍ଧି ବିନାୟକ ଟ୍ରଷ୍ଟର ନହେଁ ବୋଲି କହିଛନ୍ତି ମନ୍ଦିରର ଟ୍ରଷ୍ଟ ଅଧ୍ୟକ୍ଷ । ସେ କହିଛନ୍ତି ଯେ, ପ୍ରସାଦ ପ୍ରସ୍ତୁତ ହେଉଥିବା ସ୍ଥାନ ଖୁବ ସଫା-ସୁତୁରା ରହିଛି । ଏହାବ୍ୟତୀତ ମୁମ୍ବାଇ ନଗର ନିଗମର ଲ୍ୟାବରେ ପରୀକ୍ଷଣ ପରେ ହିଁ ପ୍ରସାଦରେ କାଜୁ ଏବଂ ଘିଅ ବ୍ୟବହୃତ ହୋଇଥାଏ । ସେହିପରି ବ୍ୟବହୃଥ ପାଣି ମଧ୍ୟ ପରୀକ୍ଷା କରାଯାଏ । ଭକ୍ତଙ୍କୁ ଦିଆ ଯାଉଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ତେବେ ଭାଇରାଲ ହେଉଥିବା ଭିଡିଓ ସିଦ୍ଧିବିନାୟକ ମନ୍ଦିରର ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.